ନେହେରୁ ଯୁବକେନ୍ଦ୍ର ପକ୍ଷରୁ ବିଭିନ୍ନ ଗାଁରେ ପ୍ରଥପ୍ରାନ୍ତ ନାଟକ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଏବଂ ୟୁନିସେଫ ଓଡିଶା ମିଳିତ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ବାଲ୍ୟବିବାହ ଓ ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ ପ୍ରଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ବ୍ଳକର କୁଟରୁଖମାର, ରଙ୍ଗିଗୁଡା, ଫୁକଯୋଡି, କରାଟିକଲି, କନ୍ଧବାରଝୋଲା, କଲମ, ବେହେରାକୁନି, ଠେମରା ଓ ପରିଆ ଠାରେ ପ୍ରଥପ୍ରାନ୍ତକ ନାଟକ ଅନୁଷ୍ଠିତ ହୋଇଯାଇଛି । ଏହି ଗାଁ ମାନଙ୍କରେ ସୋନପୁର ଜିଲ୍ଲାର ବୀଣାପାଣି ସାହିତ୍ୟ କଲା ସାଂସଦ ଅନୁଷ୍ଠାନର କଳାକାରମାନେ ପ୍ରଥପ୍ରାନ୍ତ ନାଟକ ପରିବେଷଣ କରି ଲୋକଙ୍କୁ ସଚେତନ କରିଥିଲେ । ଉପସ୍ଥିତ ଦର୍ଶକମାନେ ମଧ୍ୟ ଏହି ନାଟକକୁ ଆଗ୍ରହର ସହ ଉପଭୋଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର ଯୁବ ସ୍ବେଛାସେବୀ ଅଭିଷେକ ବେହେରା, ଯଶୋବନ୍ତ ରଣା, ପୂର୍ବତନ ସ୍ବେଛାସେବୀ ଜଗଦାନନ୍ଦ ସାହୁ, କୋପନେଶ୍ଵର ବେମାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ବିଭିନ୍ନ ଗାଁ ମାନଙ୍କରେ ସରପଞ୍ଚ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ୱାର୍ଡ ମେମ୍ବର, ଏମବିକେ ଓ ଶିକ୍ଷକମାନେ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ଆହୁରି ଚାରି ଦିନ ଧରି ଚାଲୁ ରହିବ ବୋଲି ସୂଚନା ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.