ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ପୋଡ଼ାଉମେର ଠାରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ଗ୍ରାମ ପଞ୍ଚାୟତର ପୋଡାଉମେର ଗାଁ ଏବେ ସାମିଲ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଗ୍ରାମ ଯୋଜନାରେ। ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ପୋଡାଉମେର ଗାଁ ସାମିଲ ହେବାପରେ ଗାଁରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଂଜିବ କୁମାର ନାଏକ କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର ପ୍ରମୁଖ ଯୋଗଦେଇଥିଲେ। ପୋଖରୀବନ୍ଧ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୋଡାଉମେର ଗ୍ରାମବାସୀ ସାମିଲ ହେବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.