କଳାହାଣ୍ଡି ଗସ୍ତରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗୁରୁବାର ଦିନ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାର ଆର୍ ଏଣ୍ଡ ବି ବିଭାଗ ରେ ହେଉଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ର ପ୍ରତ୍ୟକ୍ଷ ତଦାରଖ କରିଛନ୍ତିି । ଜିଲ୍ଲାର ସଦର ବ୍ଲକର ଭାଙ୍ଗାବାରୀ ହସ୍ପିଟାଲ, ମାଡିଙ୍ଗପଦର ରାସ୍ତା, ଭଙ୍ଗାବାରି ବାଏପାସ ରାସ୍ତା, କେସିଙ୍ଗା ବ୍ଲକ ଫଟକାମାଲ ଓ ନାସିଗାଁରେ ନିର୍ମାଣ ହେଉଥିବା ଚେକଡ୍ୟାମ, ନର୍ଲା ସରିଆଁ ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବାକୁ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ବାବୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ସହିତ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଉପସ୍ଥିତ ରହି ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ନାସିଗାଁର ସରପଞ୍ଚଙ୍କ ଦ୍ୱାରା ଆୟୋଜିତ ଏକ ବିଶାଳ ସଭାରେ ଯୋଗଦେଇଥିଲେ । ଉକ୍ତ ସଭାରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଭବାନୀପାଟଣା ନଗର ସଭାପତି ଧବଳେଶ୍ୱର ମହାପାତ୍ର, ନାସିଗାଁ ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ନାଏକ, ସୁନିତା ଶବର, ନରୋତ୍ତମ ଭାଟି ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.