ବିଜେଡି ପକ୍ଷରୁ ପ୍ରାକ୍ତନ କେସିଙ୍ଗା ଏନଏସି ଅଧ୍ୟକ୍ଷ ରମକାନ୍ତ ଗଉଡଙ୍କ ଶୋକ ସଭା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ଏନଏସିର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ଗଉଡଙ୍କ ଆବାର୍ତ୍ତମାନରେ ବିଜେଡି ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଏନେଇ ଓ୍ବାର୍ଡ ନଂ ୮ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। କେସିଙ୍ଗା ବିଜୁ ଜନତା ଦଳ ସଭାପତି ରମେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଉପାଧ୍ୟକ୍ଷା ସରସ୍ୱତୀ ସାହା, ପୂର୍ବତନ ଏନଏସି ଅଧ୍ୟକ୍ଷ ରାମଜି ମତଖଣ୍ଡିଆ, ଗୀତାଞ୍ଜଳୀ ବରିହା, ସୁରେଶ ମହାନନ୍ଦ, ନୃସିଂହ ନିଆଲ, ନଳୀନ ପଟ୍ଟନାୟକ, ଅନୀଲ ଜୈନ, ଦୟାନିଧି ସୁନାନୀ, ନିକିତା ଜୈନ, ବୈଷ୍ଣବ ସାହା, ରଞ୍ଜନ ବେହେରା, ନେହରୁ ସୁନାନୀ, ପ୍ରେରଣା ନାଏକ, ରମାକାନ୍ତ ଜେନା, ରେଣୁବାଲା ବେନିଆ, ଭୁପିନ ଘିଭେଲା, ପ୍ରକାଶ କୁମାର ବନଛୋର, ବେଦବ୍ୟାସ ମୋକରି, ଶ୍ରୀନିବାସ ନାଇଡୁ, ଦାମ ବାଗ, ଚମ୍ପକ ସାହା ପ୍ରମୁଖଙ୍କ ସହ ବିଜୁଜନତା ଦଳର ସ୍ଥାନୀୟ କର୍ମକର୍ତ୍ତା ଓ କର୍ମୀ ଯୋଗଦେଇ ସ୍ବର୍ଗତ ଗଉଡ଼ଙ୍କ ସ୍ମୃତି ଚାରଣ କରିଥିଲେ। ରମାକାନ୍ତ ଗଉଡ଼ଙ୍କ ଅକାଳ ବିୟୋଗ କେସିଙ୍ଗା ତଥା ବିଜୁଜନତା ଦଳ ପାଇଁ ଅପୁରାଣୀୟ କ୍ଷତି ଘଟାଇଛି। ସେ ଜଣେ ସରଳ ଓ ନିର୍ଭୀକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ସେ ଅଧ୍ୟକ୍ଷ ଥିବା ସମୟରେ କେସିଙ୍ଗା ଏନଏସି ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ ବୋଲି ଅନେକ ବକ୍ତା ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.