ଶେଷ ହେବାକୁ ବସିଲାଣି ସାନ୍ଦୁଲ ସେତୁର ଆୟୁଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ସର୍ଗିଗୁଡା ଗ୍ରାମ ଓ ବେହେରାପାଟି ଗ୍ରାମ ମଝିରେ ଭୁବନେଶ୍ୱର- ଭବାନୀପାଟଣା ରାସ୍ତାର ସାନ୍ଦୁଲ ନଦୀ ଉପରେ ରହିଛି ସାନ୍ଦୁଲ ବ୍ରୀଜ । ଏହା ନର୍ଲା ଓ ଭବାନୀପାଟଣା ସଦର ବ୍ଲକ୍, ଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଛି । କେବଳ ନର୍ଲା ଓ ଭବାନୀପାଟନା ବ୍ଲକ ନୁହଁ ମ.ରାମପୁର ସହିତ ସଦର ମହକୁମା ଭବାନୀପାଟଣା କୁ ମଧ୍ୟ ସଂଯୋଗ କରୁଛି ଏହି ସେତୁ। ବଲାଙ୍ଗୀର ଜିଲ୍ଲା, କନ୍ଧମାଳ, ଫୁଲବାଣି ପ୍ରଭୃତି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଯାନ ବାହାନ ନିତ୍ୟ ଏହି ବ୍ରୀଜ ଦେଇ ଭବାନୀପାଣ ଓ ନବରଙ୍ଗପୁର, କୋରାପୁଟ ତଥା ଆନ୍ଧ୍ର ପ୍ରଦେଶକୁ ଯାଇଥାଏ । କେଉଁ ଆବହମାନ କାଳରୁ ଇଂରେଜ ଶାସନ ଅମଳରୁ ନିର୍ମିତ ହୋଇଥିବା ଏହି ବ୍ରୀଜ ଟିର ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡିଛି । ୧୯୮୦ ମସିହା ଓ ୧୯୮୨ ମସିହାରେ ଦୁଇଗୋଟି ବଡଧରଣର ଦୁର୍ଘଟଣା ଘଟିବା ପରେ ପିଡବ୍ଲୁଡି ବିଭାଗକୁ ଚେତା ପଶିଲା । ଏବଂ ବ୍ରୀଜଟିର ମରାମତି କରିଥିଲେ । ତା ପରେ ଦୀର୍ଘ ୪୦ ବର୍ଷ ପରେ ମଧ୍ୟ ମରାମତି ହୋଇନି ସେତୁ । ୧୯୯୨ ମସିହା ବନ୍ୟାରେ ସାନ୍ଦୁଲ ବ୍ରୀଜ ର ତଳମୁଣ୍ଡ ନର୍ଲା ପଟେ ସମ୍ପୂର୍ଣ୍ଣ ଧୋଇନେଇଥିଲା । ଫଳରେ ନଦୀ ମଝିରେ ଅସ୍ଥାୟୀ ରାସ୍ତା ନିର୍ମାଣ କରି ଦୀର୍ଘ ୮ ମାସ ଛୋଟ ଯାନ ବାହନ ଗୁଡିକ ଚଳାଚଳ କରିଥିଲା । ଉକ୍ତ ଅସ୍ଥାୟୀ ମାଟି ରାସ୍ତାରେ ଭାରିଯାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଧ କରାଯାଇଥିଲା । ମାତ୍ର କିଛି ବାଲି ବସ୍ତା ପକାଇ ଭଙ୍ଗା ବ୍ରୀଜ ପାଶ୍ୱର୍ସ୍ଥ ରାସ୍ତା କାମ ଚଳାଇ ଦିଆଯାଇଥିଲା ସେ ସମୟରେ । ସବେଠୁ ଆଉ ବ୍ରୀଜ ମରାମତି ପାଇଁ ବିଲକୁଲ ବି କାମ ହୋଇନି । ସୌନ୍ଦର୍ଯ୍ୟ କରଣ ନାମରେ ଚୁନ ଟିକେ ଯାହା ମରାହେଉଥିବା ଦେଖିବାକୁ ମିଳୁଛି । ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଆୟୁଷ କମି କମି ଆସୁଥିବା ବେଳେ ଦିନକୁ ଦିନ ଯାନ ବାହନର ଗମନା ଗମନ ସଂଖ୍ୟା ବଢିବାରେ ଲାଗିଛି । ବ୍ରୀଜର ମଝି ଅଂଶ ରୁ କଂକ୍ରୀଟ ସବୁ ବାହାରି ଯାଇ ରଡ ସବୁ ବାହାରିପଡିବା ସହିତ ଛାତ ମଝିରେ ବଡ ବଡ ଗର୍ତ୍ତ ସୃଷ୍ଟି ହେଲାଣି । ବ୍ରୀଜ ର ଦୁଇକଡେ ରହିଥିବା ସିମେଣ୍ଟ ଜାଲି ବାଡ ଭାଙ୍ଗିବାକୁ ବସିଲାଣି । ବ୍ରୀଜର ଉପର ପଟେ ତ ଯାହା ହେଇଛି ଛାଡ । ତଳପଟେ ମଧ୍ୟ ପାଣି ଲାଗି ଚକଡା ଚକଡା ଖସି ପଡିଲାଣି । ହେଲେ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନି । କଟକ, ଭୁବନେଶ୍ୱର, ଛତିଶଗଡ ଓ ପଶ୍ଚିମବଙ୍ଗ କଲିକତାରୁ ଟନ୍ ଟନ୍ ମାଲ ବୋଝେଇ ୨୦ ଓ ୨୨ ଚକିଆ ଯାନ ହଜାର ହଜାର ସଂଖ୍ୟାରେ ନିତ୍ୟ ଚାଲୁଛି । ଏଣୁ ସ୍ୱାଭାବିକ ଭାବରେ ବ୍ରୀଜଟିର ପରମାୟୁ କମି ଆଉ ମାତ୍ର କିଛି ବର୍ଷ ଭିତରେ ଭାଙ୍ଗିଯିବ ଓ ଏଥିପାଇଁ କେତେବେଳେ ଯେ ବଡ ଧରଣର ଦୁର୍ଘଟଣା ଘଟିବ ତାହା କେହି କହିପାରିବେ ନାହିଁ । ଆୟୁଷ ସରି ଆସୁଥିବା ଏହି ସର୍ଗିଗୁଡା ସାନ୍ଦୁଲ ବ୍ରୀଜର ମରାମତି, ନିର୍ମାଣ ଓ ରକ୍ଷଣାବେକ୍ଷଣ ବିଷୟରେ ପିଡବ୍ଲୁଡି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ମତାମତ ଜାଣିବାକୁ ଚାହିଁବାରୁ ସେ କହିଲେ ଏହି ବ୍ରୀଜଟିର ମରାମତି ପାଇଁ ଆମେ ସରକାରଙ୍କୁ ପ୍ରସ୍ତାବ ଦେଇଛୁ । ଟଙ୍କା ସାଙ୍ଗସନ ହେଲେ ମରାମତି କାମ ହେବ । ପ୍ରଶାସନ ଯଦି ଏହି ଗୁରୁତ୍ୱପୂର୍ଣ୍ଣ ସାନ୍ଦୁଲ ବ୍ରୀଜଟିର ଅବସ୍ଥା ପ୍ରତି ଗୁରୁତ୍ୱ ନଦିଏ ତାହେଲେ ତାହେଲେ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଅବହେଳା ପ୍ରଦର୍ଶନର ପ୍ରତିଫଳନ ସ୍ୱରୁପ କେତେବେଳେ କ’ଣ ଯେ ଅଘଟଣ ଘଟିବ ତାହା କହିହେବ ନାହିଁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.