ମୁଖ୍ଯମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଯୋଗ୍ୟ କଳାକାର ଚୟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ଥିତ ପଂଚାୟତ ସମିତି ସଭା କକ୍ଷ ଠାରେ ମୁଖ୍ଯମନ୍ତ୍ରୀ କଳାକାର ସହାୟତା ଯୋଜନା ନିମିତ୍ତ କଳାକାର ଚୟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଆଜିର ପ୍ରଥମ ଦିବସ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା, ଚିଚିଆ, ଖଲିଆକାନୀ, ଖଲିଆପାଲି, ବୃନ୍ଦାବାହାଲ,କୁହୁରା, ଲେତେର, ଚହାକା, ଧାମନପୁର ଗ୍ରାମପଞ୍ଚାୟତର ପଞ୍ଜିକରଣ କରିଥିବା ଶତାଧିକ ବର୍ଷୀୟାନ କଳାକାର ଯୋଗଦାନ କରି ନିଜ କଳା ପରିବେଷଣ କରିଥିଲେ। ପ୍ରାରମ୍ଭିକ ଦିବସର କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ କଳା ସଂସ୍କୃତି ସଂଘର ସଭାପତି ସ୍ନିଗ୍ଧାରାଣୀ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ସ୍ତରରୁ ପର୍ଯ୍ୟବେକ୍ଷକ ଭାବରେ ପ୍ରଣବ କୁମାର ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ବିଚାରକ ଭାବେ ବଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଓ ଜିଲ୍ଲା କଳା ସଂସ୍କୁତି ସଂଘ ର ସଭାପତି କରୁଣାକର ଦାସ ଏବଂ ବଶିଷ୍ଟ ମଞ୍ଚ ଅଭିନେତା- ନିର୍ଦ୍ଦେଶକ ନାସିର୍ ମହମଦ୍ ଯୋଗଦାନ କରିଥିଲେ। ଗୋଲାମୁଣ୍ଡା ବ୍ଲକ୍ କଳା ସଂସ୍କୁତି ସଂଘର ଉପସଭାପତି ପ୍ରଦୀପ କୁମାର ମିଶ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୋଲାମୁଣ୍ଡା ବ୍ଲକ୍ ଅଫିସର ବିଭିନ୍ନ ବିଭାଗର ଅଧିକାରୀ, ବ୍ଲକ୍ କଳା ସଂସ୍କୁତି ସଂଘ ର ବରିଷ୍ଠ ସଦସ୍ଯ ତଥା କଳାକାର ଶୋଭାବନ ଭାଟି, ତୁଳସୀରାମ ଅଗ୍ରିଆ, ବିଶ୍ୱନାଥ କଟା ଓ ଅନେକ କଳାକାର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.