ଶ୍ରୀହୀନ ହୋଇପଡିଛି ସିନାପାଲି, ଖୋଜୁଛି ବିକାଶର ରାହା

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସିନାପାଲି ସହରରେ ସରକାରୀ ଯୋଜନା ଖାଲି ଖାଲି। ସହରରେ ନା ଅଛି ବସଷ୍ଟାଣ୍ଡ ନା ଅଛି ବିଶ୍ରାମ ଗୃହ ନା ଅଛି ପାର୍କ କେବଳ ନା କୁ ଚାଲିଛି ବିକାଶ। ନୂଆପଡ଼ା ଜିଲ୍ଲାର ସର୍ବପୁରାତନ ସହର ହେଉଛି ସିନାପାଲି। ଏଠାରେ ବିଭିନ୍ନ ବର୍ଗର ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ହେଲେ ଏଠାରେ ନିର୍ବାଚନ ସମୟରେ ନେତାମାନେ ବିକାଶ ର କଥା କହି ପ୍ରତିଶୃତି ଦିଅନ୍ତି। ହେଲେ ନିର୍ବାଚନ ସରିଯିବା ପରେ ସମସ୍ତେ ଭୂଲି ଯାଆନ୍ତି। ସୀମାନ୍ତବର୍ତ୍ତି ସିନାପାଲି ସହର ଉପରେ ପଡୋଶୀ ଛତିଶଗଡ଼ ସମେତ କଳାହାଣ୍ଡି ଜିଲ୍ଲାର ଜନସାଧାରଣ ଏହି ସହର ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏଠାରେ ଜନସାଧାରଣଙ୍କ ଆବଶ୍ୟକ ବସଷ୍ଟାଣ୍ଡ ନ ଥିବା ବେଳେ ଯାତ୍ରୀ ବିଶ୍ରାମ ଗୃହ ଟିଏ ନାହିଁ କି ପାର୍କ, କଲ୍ୟାଣ ମଣ୍ଡପ ନାହି। ଯାହାଫଳରେ ଯାତ୍ରୀ ମାନେ ନାହି ନ ଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଠାରେ ପରିଶ୍ରାଗାର ଟିଏ ନାହିଁ ଲୋକେ ଏପାଖ ସେପାଖ ହୋଇ ହଇରାଣ ହେଉଛନ୍ତି। ଏପରିକି ସିନାପାଲି ସହର ରେ ଦୀର୍ଘ ଦିନ ଧରି ଡ୍ରେନେଜ୍ ଗୁଡ଼ିକ ଅବ୍ୟବସ୍ଥାରେ ରହିଛି। ଏହାର ସୁବିଧା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ବର୍ଷା ଦିନରେ କୁତ୍ରୀମ ବନ୍ୟା ସୃଷ୍ଟି ହୋଇଥାଏ। ସରକାର ସହର ଗୁଡିକକୁ ସୋନ୍ଦର୍ଯ୍ୟକରଣ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ସିନାପାଲି ସହର ଏଥିରୁ ବଞ୍ଚିତ ହୋଇ ରହିଛି। ଇତି ମଧ୍ୟରେ ଅନେକ ନେତା, ବିଡିଓ ପ୍ରଶାସନିକ ଅଧିକାରୀ ଏଠାରୁ ବିଦାୟ ନେଇ ସାରିଛନ୍ତି। ହେଲେ ପ୍ରତିଶୃତି ଦେଇ ଆଜି ପର୍ଯ୍ୟନ୍ତ ପ୍ରତିଶୃତି ରକ୍ଷା କରିପାରିନାହାନ୍ତି। ଫଳରେ ସିନାପାଲି ସହରରର ବିକାଶ କେବଳ ଖାଲି ଖାଲି ହୋଇ ପଡ଼ିରହିଛି। ତେବେ ଏହି ସମସ୍ୟାର ସମାଧାନ ହେବ ନା ନାହିଁ ତାକୁ ଅପେକ୍ଷା କରି ରହିଛନ୍ତି ସହର ବସୀ। ସିନାପାଲି ସହର ଏକ ବ୍ୟବସାୟର ପେଣ୍ଠସ୍ଥଳୀ। ଏଠାରେ ଛତିଶଗଡ଼ ଅଞ୍ଚଳର ଜନସାଧାରଣ ସମେତ କଳାହାଣ୍ଡି ଅଞ୍ଚଳର ଜନସାଧାରଣ ନିର୍ଭର କରିଥାନ୍ତି। କିନ୍ତୁ ଏଠାରେ ଆବଶ୍ୟକ ସୁବିଧା ନ ଥିବାରୁ ଲୋକେ ବହୁ ହଇରାଣ ହୋଇଥାନ୍ତି। ସିନାପାଲି ସହର ସର୍ବ ପୁରାତନ ହେଲେ ମଧ୍ୟ ଏଠାରେ ସେଭଳି ବିକାଶ ହୋଇପାରି ନାହିଁ। ବର୍ଷା ଋତୁ ଆସିବାକୁ ଥିବା ବେଳେ ଡ୍ରେନେଜରେ ଅବ୍ୟବସ୍ଥା ଲାଗି ରହିଥିବା ବେଳେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଘରେ ପାଣି ପଶି ଲୋକ ମାନଙ୍କର ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ। ସେହିଭଳି ବସ ଷ୍ଟାଣ୍ଡ ଟିଏ ନ ଥିବାରୁ ଯାତ୍ରୀ ବାହି ବସ ସମେତ ଯାନବାହାନ ଗୁଡିକ ଫୋର୍ ଲାଇନ ରାସ୍ତା ତ କେତେବେଳେ ଗଛମୂଳେ ରହି ଆଶ୍ରୟ ନିଅନ୍ତି। ଯାତ୍ରୀମାନେ ବିଶ୍ରାମ ଗାର ଟିଏ ନ ଥିବାରୁ ଟାଣ ଖରାରେ ଅପେକ୍ଷା କରି ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ। ଅଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା କରି ସହର ସୋଉନ୍ଦର୍ଯ୍ୟକରଣ କରିବା ପାଇଁ ରାଜ୍ୟ ରାଜ କୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠାରେ ଥିବା ଅଧିକାରୀ ମାନଙ୍କ ଅବହେଳା ପାଇଁ ସିନାପାଲି ସହର ଶ୍ରୀହୀନ ହୋଇପଡିଛି। ସେହିପରି ଏଠାରେ ଆବଶ୍ୟକ ଥିବା କଲ୍ୟାଣ ମଣ୍ଡପ ଟିଏ ନ ଥିବାରୁ ଅଞ୍ଚଳର ଜନସାଧାରଣ ଅନେକ ସାମୁହିକ କାର୍ଯ୍ୟରେ ସୁଦୂର ଖଡିଆଳ ସହର ଉପରେ ନିର୍ଭରଶୀଳ କରୁଛନ୍ତି। ଅନେକ ଗ୍ରାମ୍ୟ ପାର୍କ ନିର୍ମାଣ କରିବା ପାଇଁ ସରକାର ଯୋଜନା କରି ଥିବା ବେଳେ ଏଠାରେ ପାର୍କ ଟିଏ ମଧ୍ଯ ନାହି। ସିନାପାଲି ସହର ରେ ଅନେକ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ସରକାରୀ ଅଧିକାରୀ ମାନେ ଏହାର ସଠିକ୍ ଉପଯୋଗ କରୁ ନ ଥିବାରୁ ଏଠାରେ ଅନେକ ସମସ୍ୟା ଦେଖାଦେଇଥିବା ସାଧାରଣ ରେ ଅଭିଯୋଗ ହେଉଛି। ସିନାପାଲି ସହର କୁଏକ ସ୍ୱଚ୍ଛ ନିର୍ମଳ ଓ ଆଦର୍ଶ ସହର ରୁପେ ପରିଗଣିତ କରିବକୁ ଦାବୀ ହେଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.