ବେଦାନ୍ତ ସିଏସ୍‌ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ସିଏସ୍‌ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଖଜୁରୀପଦରଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ବେଦାନ୍ତ ସିଏସ୍‌ଆର୍ ବିଭାଗର ଦିଲିପ ପ୍ରଜାପତି, ଶ୍ରୀମୁଖ ଅଗସ୍ତି, ଶ୍ରୁତି ଶୁକ୍ଲା, ବାସୁଦେବ ମାଝୀ, ବେଦାନ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ, ବେଦାନ୍ତ ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ଡା. ପ୍ରଶାନ୍ତ ପରମାଣିକ, ଅତନୁ ମହାପାତ୍ର, ନିହାର ପଣ୍ଡା, ଛତ୍ରପୁର ସରପଞ୍ଚ ସୁଷମା ମାଝୀ, ସମାଜସେବୀ ମାଧବ ମାଝୀ, ଖଜୁରୀପଦର ୱାର୍ଡସଭ୍ୟ ଡ୍ରିକୁ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଖଜୁରୀପଦର ଗାଁର ଖୋଲା ସ୍ଥାନଗୁଡିକରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଏଥିରେ ଖଜୁରୀପଦର ସମେତ ଆଖପାଖ ଗାଁର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.