ଉପକୃତ ହେବେ ଶହ ଶହ ଜମାକାରୀ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟ ସରକାରଙ୍କ ତରଫରୁ ଚିଟଫଣ୍ଡ ସଂସ୍ଥା ଗୋଲଡେନଲ୍ୟାଣ୍ଡ ଇନ୍ସ୍ୟୁରେନ୍ସ କମ୍ପାନୀରେ ଟଙ୍କା ଜମା କରିଥିବା ଜମାକାରୀଙ୍କ ଚିହ୍ନଟ ପକ୍ରିୟା ଆରମ୍ଭ ହୋଇଛି । ଗୋଲାମୁଣ୍ଡା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ କେଗାଁ, ମାନଝରୀ, ବଡଚେରଗାଁ, ଦଶପୁର ରାଜସ୍ୱ ବିଭାଗ ଅଫିସ ପରିଶରରେ ଜମାକାରୀଙ୍କ ଚିହ୍ନଟ ପକ୍ରିୟା ଆରମ୍ଭ ହୋଇଛି । କେଗାଁ ରାଜସ୍ୱ ବିଭାଗ ଅଫିସଠାରେ ରାଜସ୍ୱ ଅଧିକାରୀ ହିମାଂଶୁ ପଣ୍ଡା, ମାନଝରୀଠାରେ ରାଜସ୍ୱ ଅଧିକାରୀ ଆଶିଷ କୁମାର ନାଏକ, ବଡଚେରଗାଁଠାରେ ଗଗନ ବିହାରି ସାହୁ ଓ ଦଶପୁର ରାଜସ୍ୱ ବିଭାଗ ଅଫିସଠାରେ ସନ୍ତୋଷ କୁମାର ପଣ୍ଡା ଉପସ୍ଥିତ ରହି ଜମାକାରୀଙ୍କ ଟଙ୍କା ଜମା ରସିତ ସହିତ ଆବଶ୍ୟକିୟ କାଗଜପତ୍ର ଯାଞ୍ଚ କରିଥିଲେ । ଉକ୍ତ ସମୟରେ ସ୍ଥାନୀୟ ଗ୍ରାମପଞ୍ଚାୟତ ପିଇଓ ଓ ଜିଆରଏସ ମଧ୍ୟ ସହଯୋଗ କରିଥିଲେ । ଗତ ୧୫ ବର୍ଷରୁ ଉର୍ଦ୍ଧ୍ୱ ହେବ ସଂପୃକ୍ତ ଗୋଲଡେନଲ୍ୟାଣ୍ଡ ଇନ୍ସ୍ୟୁରେନ୍ସ କମ୍ପାନୀରେ ଜମାକରୀମାନେ ନିଜର କଷ୍ଟ ଉପର୍ଜିତ ଟଙ୍କା ଜମା କରି ଟଙ୍କା ପାଇବା ପାଇଁ ଦିର୍ଘ ଦିନ ହେଲା ଅପେକ୍ଷା ରହିଥିଲେ । ଆଜି ପ୍ରଶାସନ ତରଫରୁ ଜମାକାରୀ ଚିହ୍ନଟ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ଜମାକାରୀ ମୁହଁରେ ହସ ଫୁଠିଛି । ଏହି ଜମାକାରୀ ଚିହ୍ନଟ ପକ୍ରିୟା ଆଗାମୀ ଦିନରେ ମଧ୍ୟ ଚାଲୁ ରହିବା ସହିତ ବାକି ଥିବା ରାଜସ୍ୱ ବିଭାଗ ଅଫିସ ପରିଶରରେ ମଧ୍ୟ ଚିହ୍ନଟ ପକ୍ରିୟା ଆରମ୍ଭ ହେବ ବୋଲି ତହସିଲଦାର ସର୍ବେଶ୍ୱର ଜାଲ ପ୍ରକାଶ କରିଛନ୍ତି ।