ଆମପାଣି ଘାଟି ଦୁର୍ଘଟଣା ପ୍ରସଙ୍ଗ: ଡାକ୍ତରଖାନାରେ ପଡିରହିଛି ମୃତ ଡ୍ରାଇଭରଙ୍କ ଶବ

ପରିବାରବର୍ଗ ଆସିଲେ ଶବ ହେବ ହସ୍ତାନ୍ତର

ଜଗି ରହିଛନ୍ତି ଓଡିଶା ଡ୍ରାଇଭର ମହାସଂଘ, କୋକସରା ବ୍ଲକର କାର୍ଯ୍ୟକର୍ତ୍ତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗତକାଲି ସନ୍ଧ୍ୟାରେ ଆମପାଣି ଘାଟି ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ ଡ଼୍ରାଇଭରଙ୍କ ଶବ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପଡ଼ିରହିଛି। ଶବକୁ ଓଡିଶା ଡ୍ରାଇଭର ମହାସଂଘ, କୋକସରା ବ୍ଲକ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବୃନ୍ଦ ଜଗି ରହିଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାର ବର୍ଗ ଆସିଲେ ଶବ ହସ୍ତାନ୍ତର ହେବ ବୋଲି ଜଣାପଡିଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଘାଟି ରାସ୍ତାରେ ଗତକାଲି ସନ୍ଧ୍ୟାରେ ଏକ ମାଲ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଟ୍ରକର ଡ୍ରାଇଭର ତେଲେଙ୍ଗାନା ରାଜ୍ୟର ନାଲା ଶ୍ରନିବାସ ରେଡ୍ଡି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ଆମପାଣି ପୋଲିସ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ସୋମବାର ରାତିରେ ହିଁ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ତେବେ ଶବ ରଖିବା ଗୃହ ନ ଥିବାରୁ ଗତକାଲି ରାତିରୁ ଡାକ୍ତରଖାନା ବାରଣ୍ଡାରେ ମଙ୍ଗଳବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଶବ ପଡିରହିଥିଲା। ଅନ୍ୟପଟେ ମୃତ ଡ୍ରାଇଭରଙ୍କ ପରିବାର ଲୋକ ତେଲେଙ୍ଗାନା ରାଜ୍ୟରୁ ଆସୁଥିବା ବେଳେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ନାହାଁନ୍ତି। ଖବର ଜାଣିବା ପରେ ଓଡିଶା ଡ୍ରାଇଭର ମହାସଂଘ, କୋକସରା ବ୍ଲକ ସଭାପତି ଚଇ ଗୋପାଳଙ୍କ ସହ ଉପସଭାପତି ଲୁଲୁ ଯାଦବ, ବ୍ଲକ ଏଡମିନ୍ ବୃନ୍ଦାବନ ଦୁର୍ଗା, ଲାଲା ପଟ୍ଟନାୟକ, ଭବାନୀ ଶଙ୍କର ପୁରୋହିତ, ମହେନ୍ଦ୍ର ପଟେଲ, ଜୟରାମ ମାଝି, ସତ୍ୟ ମାଝି, ହେମନ୍ତ ବାଗ, ହରି ରଣା, ଏକାମ୍ର ନାଏକ, ରାଜୁ ଭାଇ ପ୍ରମୂଖ ମୃତ ଡ୍ରାଇଭରଙ୍କ ଶବକୁ ଡାକ୍ତରଖାନା ପରିସରରେ ଜଗି ରହିଛନ୍ତି। ତେବେ ଶବ ବ୍ୟବଛେଦ ସରିଥିବା ବେଳେ ମୃତ ଡ୍ରାଇଭରଙ୍କ ଆତ୍ମୀୟ ପହଞ୍ଚି ନଥିବାରୁ ଓଡିଶା ଡ୍ରାଇଭର ମହାସଂଘ କୋକସରା ବ୍ଲକର କର୍ମକର୍ତ୍ତା ମାନେ ଜଗି ରହିଥିବା ଜଣାପଡିଛି। ଅନ୍ୟପଟେ ପରିବାର ଲୋକେ ପହଞ୍ଚିବା ପରେ ଶବ ହସ୍ତାନ୍ତର କରାଯିବା ନେଇ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.