ଇନ୍ଦ୍ରମାଳ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଅଧପନ୍ତରିଆ, କହିବା କାହାକୁ ଶୁଣିବ କିଏ?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଘଣ୍ଟମାଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଇନ୍ଦ୍ରମାଳରେ ନିର୍ମିତ ହୋଇଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା ଅଧପନ୍ତରିଆ ହୋଇ ପଡିରହିଛି । ମଦନପୁର ରାମପୁର ଠାରୁ ଭବାନୀପାଟଣା ରାଜ୍ୟ ରାଜପଥ ପିଡବ୍ଲୁଡି ରାଜ୍ୟ ରାଜପଥ ଠାରୁ ଇନ୍ଦ୍ରମାଳ ଗ୍ରାମ ଯାଏଁ ୧.୭୫ କି.ମି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୧ କୋଟି ୧୩ ଲକ୍ଷ ୮ ହଜାର ୮୮୩ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି । ଭବାନୀପାଟଣାର ଜନୈକ ଠିକାଦାର ନିତେଶ କୁମାର ଜୈନ ରାସ୍ତାଟି ନିର୍ମାଣ କରିଥିବା ବେଳେ ଗ୍ରାମର ଶେଷମୁଣ୍ଡ ଅର୍ଦ୍ଧେକ ଅଂଶ କେବଳ ପିଚୁ ହୋଇଥିବା ବେଳେ ଆରମ୍ଭରୁ ୫୦୦ ମିଟର ରାସ୍ତା କଚ୍ଚା ରାସ୍ତା ରହିଛି । ଭାରତ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅନୁଦାନରେ ନିର୍ମିତ ଏହି ରାସ୍ତାକାମ ତା.୨୩/୩/୨୦୧୮ ରେ ଆରମ୍ଭ ହୋଇଥିଲା । ଏହା ୨୨/୧/୨୦୨୦ ରେ ସମାପ୍ତ ହୋଇ ସାରିଥିବା କାର୍ଯ୍ୟସ୍ଥଳି ବୋର୍ଡରେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି । ହେଲେ କିନ୍ତୁ ବାସ୍ତବରେ ରାସ୍ତା କାମ ସରିନି । ଅଧାପନ୍ତରିଆ ହୋଇ ପଡିଛି ରାସ୍ତା । ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ନିର୍ମାଣ ସରିଯାଇଥିବା ବେଳେ ଏବେ ବି ଅଞ୍ଚଳର ଲୋକେ କାଦୁଅ ପଚପଚ ରାସ୍ତାରେ ଦୟନୀୟ ଅବସ୍ଥାରେ ଚାଲୁଛନ୍ତି । ଗାଁ ଲୋକଙ୍କ ଦୁଃଖ ଘୁଂଚିନି। ଏହି ଅଧପନ୍ତରିଆ ରାସ୍ତା ବିଷୟରେ କେସିଙ୍ଗା ଆରଡି ଡିଭିଜନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ମତାମତ ନେବାରୁ ସେ କହିଲେ ଯେଉଁ ୩୫୦ ମିଟର ରାସ୍ତା ଖଣ୍ଡକ ନିର୍ମାଣ ନହୋଇ ବାକି ରହିଛି ତାହା ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମି । ଉକ୍ତ ଜମି ମାଲିକକୁ ଜମି ପ୍ରଦାନ କରିବା ନିମନ୍ତେ ବହୁତ ବୁଝାସୁଝା କରିବାରୁ ମଧ୍ୟ ସେ ମାନିଲେ ନାହିଁ । ଶେଷରେ ଉକ୍ତ ବ୍ୟକ୍ତି ଜଣକ ବିଭାଗ ବିରୁଦ୍ଧରେ କୋର୍ଟରେ କେସ ଦାଏର କଲେ । ଫଳରେ ରାସ୍ତା ଖଣ୍ଡକ ୩୫୦ ମିଟର ନିର୍ମିତ ନହୋଇ ପଡି ରହିଛି । ଏଇଠି ସାଧାରଣରେ ପ୍ରଶ୍ନ ଉଠୁଛି । ଆରଡି ବିଭାଗ ରାସ୍ତା କାମ ଆରମ୍ଭ କରିବା ପୂର୍ବରୁ ରାସ୍ତା ଖଣ୍ଡିକ ବ୍ୟକ୍ତିଗତ ଜମି ଅଛି ବୋଲି ଜାଣିପାରିନା ନାହିଁ କେମିତି? କାହିଁକି କୋଟି କୋଟି ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରାଗଲା । ଏଥିପାଇଁ ଦାୟୀ କିଏ । ଏହା ଆରଡି ବିଭାଗର ଠିକାଦାର ପୋଷା ନୀତି ନୁହଁକି ? ବିଭାଗୀୟ ଅଧିକାରୀଙ୍କ ଦାଇତ୍ୱ ହୀନତା ନୁହଁକି ବୋଲି ବୁଦ୍ଧିଜୀବି ମାନେ ପ୍ରଶ୍ନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.