ତୁରନ୍ତ ରାସ୍ତା ନିର୍ମାଣ ପାଇଁ କଂଗ୍ରେସର ଦାବୀ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ଼ ତରାପୁର ଠାରୁ କୋକସରା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ଷା ଦିନରେ ଜନସାଧାରଣ ଏହି ରାସ୍ତାଦେଇ ଯିବା ଆସିବା କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତରାପୁର ଠାରୁ କୋକସରା ଯିବା ପାଇଁ ହେଲେ ଖାଲ ଢ଼ିପରେ ଯିବାକୁ ପଡିଥାଏ। ଅନେକ ଦିନରୁ ଏହି ରାସ୍ତା ଜରାଜୀର୍ଣ୍ଣ ହୋଇ ପଡି ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନଜର ପଡୁନାହିଁ । ତେଣୁ ତୁରନ୍ତ ଏହି ରାସ୍ତା ନିର୍ମାଣ କରିବାକୁ ଦାବୀ କରିଛି କଂଗ୍ରେସ। ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଡାକେ ଲହଜଲଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ଧର୍ମଗଡ଼ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଶୀଘ୍ର ରାସ୍ତା ନିର୍ମାଣ ନହେଲେ ଗଣ ଧାରଣା ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ଦିଗାମ୍ବର ଦୁରିଆ, ରତନ ନାଏକ, ଧରଣୀଧର ଧଙ୍ଗଡମାଝି, ସନ୍ତୋଷ ପାଢ଼ୀ ଯୁବ କଂଗ୍ରେସ ଧର୍ମଗଡ଼ ବ୍ଲକ ସଭାପତି ଗୁଣ ଶବର, ଲବରାମ ସରାପ, ପରଖିତ ନାଏକ, ଭୋଲୁ ନାୟକଙ୍କ ସମେତ କଂଗ୍ରେସ ଓ ଯୁବ କଂଗ୍ରେସର ଅନେକ କର୍ମୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.