ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ୧୯୫୦ ମସିହା ଠାରୁ ପ୍ରତିବର୍ଷ ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପାଳିତ ହୋଇଆସୁଛି ବନ ମହୋତ୍ସବ ସପ୍ତାହ। ଏହି କ୍ରମରେ କେସିଙ୍ଗା ବଗାଡ ସ୍ଥିତ ପର୍ଲି ଜଙ୍ଗଲରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୩ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ କିରଣ ବେହେରା, କାଉନସିଲର ରମାକାନ୍ତ ଜେନା, ରୋହିତ ଜୈନଙ୍କ ସମେତ ସମସ୍ତ କାଉନସିଲର ଏବଂ କେସିଙ୍ଗା ବନବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ବୃକ୍ଷରୋପଣ ପୂର୍ବକ ବନ ମହୋତ୍ସବ ପାଳନ କରିଥିଲେ।