କୃଷକଙ୍କୁ ସହାୟତାର ହାତ ବଢାଉଛି ୟୁଏଆଇଏଲ୍‌ର ‘ପ୍ରୋଜେକ୍ଟ ୱାଡି’

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା/ କାଶିପୁର: କୃଷକଙ୍କ ଆୟ ଦ୍ବିଗୁଣିତ କରିବା ବିଷୟକୁ ଆଦିତ୍ୟ ବିର୍ଲା ଗ୍ରୁପ୍, ହିଣ୍ଡାଲ୍‌କୋର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ତାହାର ସିଏସ୍‌ର କାର୍ଯ୍ୟକ୍ରମରେ ଅଗ୍ରାଧିକାର ଦେଉଥିବାବେଳେ ପ୍ରେଜେକ୍ଟ ଓ୍ବାଡି ଆରମ୍ଭ କରିଛି। ୨୦୧୮ରୁ ନାବାର୍ଡ ସହଭାଗିତାରେ ଏହା କାର୍ଯ୍ୟକାରୀ ହେଉଛି। ଏହା କାଶିପୁରରେ ୧୭ଟି ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି ଏବଂ ଏଥିରେ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ନିମନ୍ତେ ବହୁବିଧ କାର୍ଯ୍ୟକ୍ରମ ରହିଛି । ଏହା ଜନସାଧାରଣଙ୍କ ଜୀବନରେ ପାର୍ଥକ୍ୟ ଆଣୁଛି ।

Omkar Vasthu
Omkar Vasthu

ଶ୍ରୀ ମଜହର ବେଗ୍, ୟୁନିଟ ହେଡ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା କହିଛନ୍ତି, “ପ୍ରକଳ୍ପ ଶେଷସୁଦ୍ଧା ହିତାଧିକାରୀଙ୍କ ଆୟ ସ୍ତର ଦୁଇଗୁଣ କରିବା ଲକ୍ଷ୍ୟ ନେଇ ୨୦୧୮-୧୯ରେ ଏହି ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା । ଆମେ ସମ୍ପୂର୍ଣ୍ଣ ଆଶାବାଦୀ ଯେ ଏହି ପ୍ରକଳ୍ପ ଆଗାମୀ ଦିନଗୁଡିକରେ କୃଷକଙ୍କ ଆୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ।” ଗ୍ରାମାଞ୍ଚଳ ଆଦିବାସୀ ପରିବାରଗୁଡିକର ଆୟ ତିନିରୁ ଛଅବର୍ଷ ମଧ୍ୟରେ ଆଗ୍ରୋ-ହୋର୍ଡି ଚାଷ ଏବଂ ଅନ୍ୟାନ୍ୟ ଆୟକାରୀ କାର୍ଯ୍ୟକଳାପ ଜରିଆରେ ଦୀର୍ଘସ୍ଥାୟୀ ଭିତ୍ତିରେ ବୃଦ୍ଧି ଜରିଆରେ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଉପରେ ଏହି ପ୍ରକଳ୍ପ ଦୃଷ୍ଟିନିବଦ୍ଧ କରୁଛି। ଏହି ପ୍ରକଳ୍ପ ପିପିପି ପଦ୍ଧତିରେ କାର୍ଯ୍ୟକାରୀ କରାଯାଉଛି ଯେଉଁଠାରେ ନାବାର୍ଡ ୬୦% ଅର୍ଥ ଅନୁଦାନ ପାଣ୍ଠି ଆକାରରେ ଯୋଗାଇ ଦେଉଛି ଏବଂ ଉତ୍କଳ ଆଲୁମିନା ୪୦% ଅର୍ଥ ତାହାର ସିଏସ୍‌ଆର ପାଣ୍ଠି ଅଧୀନରେ ଅନୁଦାନ ଆକାରରେ ଯୋଗାଇ ଦେଉଛି। ଏଥିପାଇଁ ମୋଟ ୪୬୫.୭୫ ଲକ୍ଷ ଟଙ୍କା ପାଣ୍ଠି ଯୋଗାଇ ଦିଆଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଦିବାସୀ ପରିବାର ଗୁଡିକର ପତିତ ଜମିକୁ ଉତ୍ପାଦିକା, ଫଳବଗିଚାରେ ରୂପାନ୍ତରଣ କରିବା ଉପରେ ଏହି ପ୍ରକଳ୍ପ ଆଧାରିତ। ଏଥି ସହିତ ଏହା ଭୂମିହୀନ ପରିବାରଗୁଡିକୁ ଛେଳି ପାଳନ ଜରିଆର ଅର୍ଥପୂର୍ଣ୍ଣ ଜୀବିକା ଉପାର୍ଜନ ଯୋଗାଇଦେବାକୁ ଲକ୍ଷ୍ୟ ରଖୁଛି।

‘ଉଦ୍ୟାନ ବିକାଶ ସମିତି’ ଭଳି ଗୋଷ୍ଠୀ ଭିତ୍ତିକ ସଂଗଠନ ଗଠନ ଏବଂ ସେଗୁଡିକୁ ସୁଦୃଢ କରିବା ଗୋଷ୍ଠୀ ମାଲିକାନା ଏବଂ ଦୀର୍ଘସ୍ଥାୟିତ୍ବ ଦିଗରେ ଏକ ପ୍ରମୁଖ ବିଷୟ ହୋଇଛି। ଆଜି ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୪ ବର୍ଷ ମଧ୍ୟରେ ଅନେକ ସଫଳତା ହାସଲ କରିଛି, ଯାହା କୃଷକଙ୍କ ପାଇଁ ଫାଇଦା ଆଣିଦେଇଛି। ଏହା ପ୍ରକଳ୍ପର କାର୍ଯ୍ୟକାରିତା ନିରୀକ୍ଷଣ, ଫଳବଗିଚା ଦେଖାଶୁଣା ଏବଂ କୃଷିଜାତ ସାମଗ୍ରୀର ସାମୂହିକ ବିକ୍ରିବଟା ଆଦିରେ ନିୟୋଜିତ ଥିବା ୧୭ଟି ଉଦ୍ୟାନ ବିକାଶ ସମିତି (ୟୁଭିଏସ୍) ଗଠନ କରିବା ସହିତ ସେଗୁଡିକୁ ମଜଭୁତ କରିଛି। ପତିତ ଜମି ବିକାଶ, ଫଳ ବଗିଚା ବିକାଶ, ଗୋସମ୍ପଦର ବିକାଶ, ସଂଗଠନ ଗଠନ ଏବଂ ମହିଳାଙ୍କ ବିକାଶ ଆଦି କ୍ଷେତ୍ରରେ ୫୦୦ ଆଦିବାସୀ କୃଷକଙ୍କୁ ତାଲିମ ପ୍ରଦାନ କରାଯାଉଛି। ୧୭ଟି ଗ୍ରାମରେ ପ୍ରାୟ ୪୨୪ ଏକରରୁ ଊର୍ଦ୍ଧ୍ଵ ପତିତ ଜମିକୁ ଫଳ ବଗିଚା (କଲମି ଆମ୍ବ ଏବଂ କାଜୁ)ରେ ରୂପାନ୍ତରିତ କରାଯାଇଛି ଏବଂ ସେଠାର ୮୫% ଗଛ ବଞ୍ଚିରହିଛି। ଏହି ପ୍ରକଳ୍ପ ୭୬ଟି ଭୂମିହୀନ ପରିବାର ଦ୍ଵାରା ଛେଳି ପାଳନକୁ ପ୍ରୋତ୍ସାହିତ କରିଛି ଏବଂ ଏହାଦ୍ଵାରା ଛେଳି ସଂଖ୍ୟା ୬୪୦ (ପ୍ରତି ପରିବାର ପାଇଁ ୮ଟି ଛେଳି)ରେ ପହଞ୍ଚିଛି।

ଜଳସେଚନ ସୁବିଧା ନଥିବା ୧୩୦ ଏକର ଜମିକୁ ସୌରଶକ୍ତି ଚାଳିତ ନଦୀଜଳ ଉଠାଣ ଏବଂ ଜଳଧାର ଗତିପଥ ପରିବର୍ତ୍ତନ ଭିତ୍ତିକ ଜଳସେଚନ ବ୍ୟବସ୍ଥାରେ ଜଳସେଚିତ କରାଯାଇପାରିଛି । ଉକ୍ତ ଅଞ୍ଚଳରେ ମୋଟ ୨,୯୪୮ ଫଳ ଚାରା ଏବଂ ୧୯, ୮୦୧ ରୁ ଅଧିକ ଜଙ୍ଗଲ ସୃଷ୍ଟିକାରୀ ବୃକ୍ଷଚାରା ରୋପଣ କରାଯାଇଛି, ଯାହା ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ ହ୍ରାସ କରୁଛି । ଏହା ମଧ୍ୟ ପନିପରିବା ଚାଷକୁ ପ୍ରୋତ୍ସାହିତ କରିବା ଜରିଆରେ କୃଷକ ପରିବାରଗୁଡିକ ପାଇଁ ପୋଷଣଗତ ସୁରକ୍ଷା ଦିଗର ସମାଧାନ କରୁଛି ବୋଲି ଶ୍ରୀ ବେଗ୍ କହିଛନ୍ତି।

ମୂଲଚାଲ କରିବା କ୍ଷମତା ବୃଦ୍ଧି ଏବଂ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇବା ସକାଶେ ଉଦ୍ୟାନ ବିକାଶ ସମିତିଗୁଡିକ ଜରିଆରେ ସାମୂହିକ ବିକ୍ରିବଟା ବ୍ୟବସ୍ଥା ହାତକୁ ନିଆଯାଇଛି। ହିତାଧିକାରୀଙ୍କର ବ୍ୟାଙ୍କ ଖାତା ଖୋଲାଯାଇ ଏବଂ ବ୍ୟାଙ୍କ କାରବାର କରିବାକୁ ସେମାନଙ୍କୁ ଉତ୍ସାହିତ କରି ହିତାଧିକାରୀଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରାଯାଉଛି। ଆନ୍ତଃକୃଷି ଦ୍ଵାରା ପ୍ରତି କୃଷକଙ୍କର ମାସିକ ହାରାହାରି ଆୟ ୩ହଜାରରୁ ୪ ହଜାର ଟଙ୍କା ହେଉଛି।

ଏକ ଦାୟିତ୍ଵସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜକୁ ପ୍ରତିଦାନ ଦେବାକୁ ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡ଼ିଶାରେ ୫ ଲକ୍ଷରୁ ଅଧୁକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଜୀବନକୁ ସ୍ପର୍ଶ କରୁଛି । ଶ୍ରୀମୀତ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭ୍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ତତ୍ତ୍ଵାବଧାନ ଓ ମାର୍ଗଦର୍ଶନରେ ଗ୍ରୁପ୍‌ର ସିଏସଆର୍ କାର୍ଯ୍ୟକ୍ରମଗୁଡିକ କାର୍ଯ୍ୟକାରୀ କରାଯାଉଛି । ଗ୍ରୁପ୍‌ର ଲକ୍ଷ୍ୟ ହେଉଛି ଏହା ବ୍ୟବସାୟ ପରିଚାଳନା କରୁଥିବା ସ୍ଥାନଗୁଡିକରେ ବାସ କରୁଥିବା ଜନସାଧାରଣଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରତି ଅବଦାନ ରଖୁବା ଏବଂ ଏହା କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ଏକ ଉନ୍ନତ, ଦୀର୍ଘସ୍ଥାୟୀ ଜୀବନ ଧାରଣ କ୍ଷେତ୍ର ନିର୍ମାଣ କରିବା। ଏଥିସହିତ ଦେଶର ମାନବ ସମ୍ବଳ ସୂଚୀରେ ଉନ୍ନତି ଆଣିବା ମଧ୍ୟ ଏହାର ଲକ୍ଷ୍ୟ ହୋଇଛି। ଗ୍ରୁପ୍‌ର ସିଏସଆର୍ ଦୂରଦୃଷ୍ଟି ୟୁଏନଏସ୍ ଡିଜିର ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବା ଲକ୍ଷ୍ୟ ମୁତାବକ ହୋଇଛି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭାତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.