ସେରଗଡ ଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣୀ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସେରଗଡ ଗ୍ରାମ ପଞ୍ଚାୟତରେ ଆଜି ସୋମବାର ବିଡିଓଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲା ବିଡିଓ ବାସନ୍ତୀ ସେଠୀ, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ଏବିଡିଓ ଦେବେନ୍ଦ୍ର ସାମଲ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ମାନ ଶୁଣିଥିଲେ । ଗୋପବନ୍ଧୁ ଯୋଜନାରେ ଭତ୍ତା ପାଇନଥିବା ବିଧବା ମହିଳା, ବୃଦ୍ଧ ବୃଦ୍ଧା ଭତ୍ତା, ଆବାସ ଯୋଜନାରେ ଘର ପାଇନଥିବା ବ୍ୟକ୍ତି, ଜମିଜମା ସଂକ୍ରାନୀୟ ସମସ୍ୟା ରହିଥିବା ପ୍ରସଙ୍ଗ ଏଭଳି ଅନେକ ସମସ୍ୟା ବିଷୟରେ ଅଭିଯୋଗ ସବୁ ଆସିଥିଲା । ୩୦୦ ରୁଉର୍ଦ୍ଧ୍ବ ଅଭିଯୋଗ କାରୀ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ନର୍ଲା ବ୍ଲକ୍ ଅଧିନସ୍ଥ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ରହି ଏସବୁ ଅଭିଯୋଗ ଗୁଡିକ ବିଷୟରେ ଅଭିଯୋଗ ମାନ ଶୁଣିଥିଲେ । ଓ ସେସବୁର ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସେରଗଡ ସରପଞ୍ଚ ରାହୁଲ ସାହୁ, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, ସର୍ଗିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କିରଣ ଚନ୍ଦ୍ର ସାହୁ, ଘଣ୍ଟମାଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାନାମ୍ବର ଦାସ, ବାଗପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ସହସ୍ରାଂଶୁ ମିଶ୍ର, ଭାନପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷୀରସିନ୍ଧୁ ରଣା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଭାଗର ଦାଇତ୍ୱ ନିର୍ବାହନ କରିଥିବା ଜଣାପଡିଛି । ଏହା ସହିତ ସେରଗଡ଼ ଗ୍ରାମ ପଞ୍ଚାୟତର ଜିଆରଏସ, ଯୋଗାଣ ସହାୟକ ଓ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଜିଲ୍ଲାପାଳ, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ଉପସ୍ଥିତ ରହି ବ୍ଲକ୍ ଅଞ୍ଚଳର ଅଭିଯୋଗ କାରୀଙ୍କ ଅଭିଯୋଗ ସବୁ ବିଭିନ୍ନ ବ୍ଲକ ରେ ବସି ଶୁଣୁଥିଲେ । ଏବେ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଗୁଡିକ ପ୍ରତି ଗ୍ରାମ ପଞ୍ଚାୟତରେ ସୋମବାର ଦିନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ନର୍ଲା ବ୍ଲକର ଅଭିଯୋଗ ଶୁଣାଣୀ ଶିବିର ପ୍ରଥମ କରି ସେରଗଡ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ସୋମବାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଏହି ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.