ଇନ୍ଦ୍ରାବତୀ ଜଳଭଣ୍ଡାରରେ ଅଚଳ ହେଲା ଯନ୍ତ୍ର ଚାଳିତ ଡଙ୍ଗା

ବୋଟ୍ ଅମ୍ବୁଲାନ୍ସ ଦ୍ବାରା ଉଦ୍ଧାର ହେଲେ ୨୫ ଯାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୁରୁବାର ଏକ ବଡ ଅଘଟଣରୁ ବର୍ତ୍ତିଲା ଡଙ୍ଗା, ବର୍ତ୍ତିଲେ ୨୫ ଯାତ୍ରୀ । ଗୁଞ୍ଜମାଳିରୁ ଇନ୍ଦ୍ରାବତୀ ଖାତିଗୁଡା ଆସୁଥିବା ବେଳେ ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଯାନ୍ତ୍ରିକ ତୃଟି ଯୋଗୁଁ ଅଚଳ ହୋଇପଡିଲା ଡଙ୍ଗା । କୌଣସି ଅଘଟଣ ଘଟିବା ପୁର୍ବରୁ ୨୫ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍ ଅମ୍ବୁଲାନ୍ସ ।ସମସ୍ତ ସୁରକ୍ଷିତ ଉଦ୍ଧାର ଯାତ୍ରୀମାନେ ଥୁଆମୂଳ ରାମପୁର ଥାନା ପୋଡାପଦର ପଞ୍ଚାୟତ ଗୁଞ୍ଜମାଳି ଗାଁର ବୋଲି ସୂଚନା ମିଳିଛି ।ଗୁଞ୍ଜମାଳି ଗ୍ରାମର ୨୫ ଜଣ ଲୋକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଲମତାଗୁଡା ସାପ୍ତାହିକ ହାଟକୁ ସଉଦା କରିବା ପାଇଁ ଆସୁଥିଲେ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଇନ୍ଦ୍ରାବତୀ ଜଳଭଣ୍ଡାରର ଅକାତକାତ ଜଳରାଶି ମଝିରେ ଅଚଳ ହୋଇପଡିଥିଲା ।ଏପଟେ ପବନ ବେଗରେ ଡଙ୍ଗାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନଥିଲେ ଚାଳକ । ପବନ ବେଗରେ ଢେଉ ପାଣି ଡଙ୍ଗା ମଧ୍ୟରେ ପଶିବାକୁ ଲାଗିଥିଲା ଫଳରେ ଡଙ୍ଗାର ଓଜନ ବଢିବାରେ ଲାଗିଥିଲା । ଡଙ୍ଗା ବୁଡି ଘଟଣାର ଆଶଙ୍କା ଦେଖି ସମସ୍ତ ଯାତ୍ରୀ ଆତଙ୍କିତ ଅବସ୍ଥାରେ ରହିଥିଲେ । ଏହି ସମୟରେ ପୋଡ଼ାଗଡ଼ ଥିବା ୧୦୮ ବୋଟ୍ ଅମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ ଯାତ୍ରୀ । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ବୋଟ୍ ଅମ୍ବୁଲାନ୍ସ । ଡଙ୍ଗାରେ ଫସି ରହିଥିବା ସମସ୍ତ ୨୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କଲେ ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀ । ଗୁଞ୍ଜମାଳି ଗ୍ରାମର ୨୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ଜଣ ମହିଳା, ୬ ଜଣ ପୁରୁଷ ଓ ୪ଜଣ ଛୋଟ ଶିଶୁ । ଯଦି ୧୦୮ ବୋଟ୍ ଅମ୍ବୁଲାନ୍ସ ଘଟଣା ସ୍ଥଳରେ ଆସିବାକୁ ଟିକକ ବିଳମ୍ବ ହୋଇଥିଲେ ଏକ ବଡ ଅଘଟଣ ଘଟିଥାଆନ୍ତା ବୋଲି ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.