ପିଇଡବ୍ଲୁ ମିଡିଆ ଆସୋସିଏସନର ପ୍ରଥମ ପ୍ରତିଷ୍ଠା ଦିବସ: ଡାକ୍ତରଖାନାର ଅନ୍ତେବାସୀଙ୍କୁ ଫଳ, ପାଉଁରୁଟି ଓ ବିସ୍କୁଟ ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପିଇଡବ୍ଲୁ ମିଡିଆ ଆସୋସିଏସନର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ସମସ୍ତ ରୋଗୀ ଓ ମାଁ ଗୃହରେ ଥିବା ସମସ୍ତ ଗର୍ଭବତୀ ଏବଂ ପ୍ରସୂତି ମହିଳା ମାନଙ୍କୁ ଫଳ, ପାଉଁରୁଟି, ବିସ୍କୁଟ ବଣ୍ଟନ କରାଯାଇଥିଲା । ଡାକ୍ତର ହରିଶଙ୍କର ମହାନ୍ତି ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପିଇଡବ୍ଲୁ ମିଡିଆ ଆସୋସିଏସନର ଏହିଭଳି ମହତ୍ କାର୍ଯ୍ୟକୁ ମେଡିକାଲର କର୍ମଚାରୀ ସମେତ ଅଞ୍ଚଳର ଜନସାଧାରଣ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପିଇଡବବ୍ଲୁ ମିଡିଆ ଆସୋସିଏସନ ସଭାପତି ନିଲେଶ କୁମାର ନାଗ, ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ବରିଷ୍ଠ ଉପଦେଷ୍ଟା ବି.ତିରୁପତି ପାତ୍ର, ଉପଦେଷ୍ଟା ସନ୍ତୋଷ କୁମାର ତୁଳ, ସହ ସମ୍ପାଦକ ତୁଳସୀ ରାମ ପ୍ରଧାନୀ, କୋଷାଧ୍ୟକ୍ଷ ହୃଷିକେଶ ମାଝୀଙ୍କ ସମେତ ସଦସ୍ୟ ଅଜିତ ମାଝୀ, ଦେବାନନ୍ଦ ମାଝୀ, ମଳୟ ବେନୁଆ, ମନୋଜ ଦୋରା, ଦିଲିପ ହରିଜନ, ପ୍ରଭୁ ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏଥିରେ ମେଡିକାଲର ଏଏନଏମ ଗୀତାଞ୍ଜଳି ମହାକୁଡ଼, ଏଲ୍ଏଚ୍ଏ ରାମ ମାଝୀ, ମାଧୁରୀ ବାଗ, ପୂର୍ଣମୀ ବାଗ, ମଇନା ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.