ଆମପାଣି ବୁଢାରଜା ଯାତ୍ରା ପାଇଁ ପ୍ରଶାସନ ଓ ପୂଜାକମିଟି ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବୁଢାରଜା ଦେବଙ୍କ ପ୍ରସିଦ୍ଧ ଦଶରା ପୂଜା ଅକ୍ଟୋବର ୧୫ ତାରିଖରେ ରହିଛି । ଏଥି ପାଇ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ସରିଥିବା ବେଳେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟୟରେ ପ୍ରଶାସନ ସହ ପୂଜା କମିଟିର ବୈଠକ ଅନୁଷ୍ଠିତ ହୋଇଛି । ବୁଢାରଜା ଦଶରା ପୂଜା କମିଟି ସଭାପତି କୁମୁଦ ଚନ୍ଦ୍ର ପୁଝାରୀଙ୍କ ଅଧ୍ୟକ୍ଷତାରେ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଉକ୍ତ ବୈଠକରେ ପୋଲିସ ପ୍ରଶାସନ ପକ୍ଷରୁ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଯୋଗଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗରୁ ବିପିଏମ୍ ନୟନ ରଞ୍ଜନ ପଣ୍ଡା, ଆମପାଣି ରାଜସ୍ୱ ନିରୀକ୍ଷକ, ଅଗ୍ନିଶମ ବିଭାଗ ସହ ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ଯୋଗଦେଇ ପରିଚାଳନା ନିମନ୍ତେ ନିଜ ନିଜର ମତ ରଖିଥିଲେ । କରୋନା କଟକଣା ଯୋଗୁଁ ୨ବର୍ଷ‌ ହେଲା ପୂଜା ନିରାଡମ୍ବ ଭାବରେ ପାଳିତ ହୋଇଥିଲା । ତେବେ ଚଳିତ ବର୍ଷ ବୁଢାରଜା ଦେବଙ୍କ ବାର୍ଷିକ ଦଶରା ପୂଜା ମହା ସମାରୋହରେ ପାଳନ କରାଯିବା ନେଇ ସୂଚନା ରହିଛି । ଲକ୍ଷାଧିକ ଭକ୍ତ ଓ ଶ୍ରଧାଳୁଙ୍କ ସମାଗମ ହେବାକୁ ଥିବା ବେଳେ ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ । ଏହା ସହ ପ୍ରଭୂ ବୁଢାରଜାଙ୍କ ଦର୍ଶନ ଓ ରାତିରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଥିବାରୁ ଶାନ୍ତି ଶୃଙ୍ଖଳ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ବୈଠକରେ ଆଲୋଚନା ହୋଇଥିଲା । ପୂଜା କମିଟି ସମ୍ପାଦକ ନକୁଲ ବାଣୁଆ, ଉପସଭାପତି ତିଲୋତ୍ତମା ନାଏକ, କୋଷାଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା, କମିଟି ସଦସ୍ୟ ବିଘ୍ନେଶ୍ୱର ନାଏକ, ଟିକିଚନ୍ଦ୍ର ଧଙ୍ଗଡାମାଝି, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ବି. ଭାସ୍କର ରାଓ, ତ୍ରିନାଥ ପ୍ରସନ୍ନ ରାୟ, ମହେଶ୍ୱର ପୁଝାରୀ, ପବିତ୍ର ମାଝୀ, ନିତ୍ୟାନନ୍ଦ ମାଝୀ, ଦୟାନିଧି ନାଏକ, ବିନୋଦ ସିଂ, ସୁରେଶ ଚନ୍ଦ୍ର ସାହୁ ପ୍ରମୂଖ ବୈଠକରେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.