ଭିଆରଓ ଦ୍ଵାରା ସ୍କୁଲ ପିଲାଙ୍କୁ ଶିକ୍ଷା ଉପକରଣ ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ସ୍ଥିତ ଗ୍ରାମ ପୁନଃନିର୍ମାଣ ସଂସ୍ଥା (ଭିଆରଓ) ଦ୍ଵାରା ଭିର୍କାପଡା, ଧଅଁରାଭଟା, ଦାରପଟା, କନ୍ଦଟୋପି, କାଠସମା ଓ କୁଟୁଣିପଦର ଏହି ୬ଟି ଶିଶୁ ଶିକ୍ଷା କେନ୍ଦ୍ରର ଶିଶୁମାନଙ୍କୁ ସ୍କୁଲ ବ୍ୟାଗ ଏବଂ ଶିକ୍ଷା ଉପକରଣ ବଣ୍ଟନ କରାଯାଇଛି । ଶିଶୁ ଶିକ୍ଷା ଅଧିକାର ଯୋଜନାରେ ଏସବୁ ଉପକରଣ ବିତରଣ କରାଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ କଦମଗୁଡା ସରପଞ୍ଚ ସନ୍ତୋଷ ମାଝି ଓ ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝି ଯୋଗଦେଇ ୨୦୦ ଶିଶୁଙ୍କୁ ସ୍କୁଲ ବ୍ୟାଗ ସହିତ ନୋଟ ଖାତା, ପରୀକ୍ଷା ପଟା, ସ୍ଲେଟ ଓ କମ୍ପାସ ଭଳି ମୌଳିକ ଉପକରଣ ବଣ୍ଟନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଧଅଁରଭାଟ୍ଟା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ କନକଳତା ସାହୁ, ଭିର୍କାପଡା ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ଜଗତ ଜୀବନ ରାଓ ଏବଂ ଶିଶୁ ଶିକ୍ଷା ଅଧିକାର ଯୋଜନାର ଅଭିଭାବକ କମିଟି ସଭ୍ୟ ପ୍ରମୁଖ ଉପସ୍ଥିତ ରହି ଶିଶୁମାନଙ୍କର ଚରିତ୍ର ଗଠନ ଉପରେ ଆଲୋକପାତ କରି ଶିଶୁମାନଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରିଥିଲେ । ଏହି ଶିକ୍ଷା ଉପକରଣ ପ୍ରଦାନ ଯୋଗୁଁ ଶିଶୁ ମାନଙ୍କର ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ହେବା ସହିତ ଅଭିଭାବକଙ୍କ ଶିକ୍ଷା ପ୍ରତି ଉତ୍ସାହ ସୃଷ୍ଟି କରିବାରେ ସହାୟକ ହେବ ବୋଲି ସମସ୍ତ ଅତିଥି ମତପ୍ରକାଶ କରିଥିଲେ । ଦକ୍ଷିଣ ଓଡିଶା ଆଞ୍ଚଳିକ ସଂଯୋଜିକା ଅମିତା ବେହେରା ଓ ଶିଶୁ ଶିକ୍ଷା ଅଧିକାର ଯୋଜନାର କମ୍ଯୁନିଟି ୱାର୍କରମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.