ବିମାନରେ ସାପ ଦେଖି ଭୟଭୀତ ହେଲେ ଯାତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’ ୨୦୩୮ ବିମାନରେ ସାପ ଦେଖି ଚିତ୍କାର କଲେ ଯାତ୍ରୀ। ଫ୍ଲୋରିଡାର ଟାମ୍ପାରୁ ନିଉଜର୍ସି ଅଭିମୁଖେ ଯାଉଥିଲା ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’। ଏନେଇ ରିପୋର୍ଟ ପ୍ରଦାନ କରିଛି ‘ରଏଟର୍ସ’। ତେବେ ଯାତ୍ରୀମାନଙ୍କ ଠାରୁ ଅବଗତ ହେବା ପରେ ବିମାନ କର୍ମଚାରୀମାନେ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ବିମାନ ନ୍ୟୁଜର୍ସିରେ ପହଞ୍ଚିବା ପରେ ‘ୱାଇଲଡ୍‌ଲାଇଫ୍‌ ଅପରେସନ୍‌’ ଏବଂ ‘ପୋର୍ଟ ଅଥରିଟି ପୋଲିସ ଡିପାର୍ଟମେଣ୍ଟ୍‌’ ସରୀସୃପଟିକୁ ଧରି ନେଇ ବଣରେ ଛାଡ଼ି ଦେଇଥିଲେ ବୋଲି ‘ଏନ୍‌ବିସି ନିଉଜ୍‌’ ରିପୋର୍ଟ କରିଛି।

Omkar Vasthu
Omkar Vasthu

‘ରଏଟର୍ସ’ ରିପୋର୍ଟ କରିଛି ଯେ, ବିମାନରେ ଦେଖା ଦେଇଥିବା ସରୀସୃପଟି ହେଉଛି ନିର୍ବିଷ କାଣ୍ଡନଳ ଜାତୀୟ ସର୍ପ। ଟାମ୍ପାରୁ ଆସିଥିବା ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’ର ୨୦୩୮ ବିମାନ ସୋମବାର ଅପରାହ୍ଣରେ ‘ନିଉୟାର୍କ ଲିବର୍ଟି ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟ’ରେ ଅବତରଣ କରିବାର ଅଳ୍ପ ସମୟ ପରେ ସାପଟି ସେଥିରେ ପଶିଯାଇଥିଲା। ବିମାନଟି ନିଉଜର୍ସିରେ ଅବତରଣ କରିବା ବେଳେ ଫାଟକରେ ଥିବା ‘ଏୟାର୍‌ପୋର୍ଟ ଆନିମଲ୍‌-କଣ୍ଟ୍ରୋଲ୍‌’ ଅଧିକାରୀ ଓ ‘ପୋର୍ଟ ଅଥରିଟି’ ପୁଲିସ ସାପଟିକୁ ବିମାନରୁ ବାହାର କରିନେଇ ଅରଣ୍ୟରେ ଛାଡ଼ି ଦେଇଥିଲେ। ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି କି, ବିମାନ ବନ୍ଦର ପରିଚାଳନା ପ୍ରଭାବିତ ହୋଇନାହିଁ ବୋଲି ‘ପୋର୍ଟ ଅଥରିଟି’ ମୁଖପାତ୍ରୀ ଚେରିଲ୍‌ ଆନ୍‌ ଆଲ୍‌ବିଜ୍ କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.