ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ହୋଇପାରେ ଆତ୍ମଘାତୀ ଆକ୍ରମଣ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସାରା ବିଶ୍ୱର ଲୋକପ୍ରିୟ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ତାଙ୍କ ସୁରକ୍ଷା ମଧ୍ୟ ନିହାତି ଜରୁରୀ । ଏହାରି ଭିତରେ ଏକ ବଡ଼ ଖବର ଆସି ପହଞ୍ଚୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣର ସମ୍ଭାବନା ରହିଛି । ଏନେଇ ଗୁଇନ୍ଦା ବିଭାଗ କେନ୍ଦ୍ର ଗୃହ ବିଭାଗକୁ ସତର୍କ କରାଇ ଦେଇଛି । ଦୀପାବଳି ପୂର୍ବରୁ ମୋଦୀଙ୍କ ସୁରକ୍ଷାକୁ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ମଧ୍ୟ ଜାରି କରାଯାଇଛି । ଗୁଇନ୍ଦା ବିଭାଗ ଦେଇଥିବା ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଟାର୍ଗେଟରେ ରହିଛନ୍ତି । ଆତଙ୍କବାଦୀଙ୍କ ଜରିଆରେ ଆତ୍ମଘାତୀ ବିସ୍ଫୋରଣ ଘଟାଇ ମୋଦୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଇଥିବା ଗୁଇନ୍ଦା ବିଭାଗ ତାହାର ରିପୋର୍ଟରେ ଉଲ୍ଲେଖ କରିଛି । ଏଥିପାଇଁ ଆଇଏସ୍ଆଇ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାକୁ ଦାୟିତ୍ୱ ଦେଇଥିବା ସୂଚନା ଦିଆଯାଇଛି । କୌଣସି ସଭା କିମ୍ବା ରାଲିରେ ଆତଙ୍କବାଦୀମାନେ ପୋଲିସ ବେଶରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟାଇବାର ସମ୍ଭାବନା ରହିଛି । ଆଉ ସୁଯୋଗ ମିଳିବା ମାତ୍ରେ ଆତ୍ମଘାତୀ ଆକ୍ରମଣ ଜରିଆରେ ମୋଦୀଙ୍କୁ ଟାର୍ଗେଟ କରିବାର ସମ୍ଭାବନା ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.