ନର୍ଲାରେ ଜନଶୁଣାଣୀ ଶିବିର-୨୦୨୨ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଜନଶୁଣାଣୀ ଶିବିର ବ୍ଲକ ପରିସର ମଧ୍ୟରେ ଆଜି ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଏଡିଏମ୍ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ଅଧିକାରୀ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନମ୍ରତା ସାହୁ, ନର୍ଲା ବ୍ଲକ୍ ସହକାରୀ ବିଡିଓ ଦେବେନ୍ଦ୍ର ସାମଲ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଶଧିକାରୀ କ୍ଷିତିଶ ଚନ୍ଦ୍ର ନାଏକ, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ମହାତ୍ମା ଗାନ୍ଧୀଙ୍କ ନିକଟରେ ଦୀପ, ଧୁପ ଦେଇ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ ।

Omkar Vasthu
Omkar Vasthu


ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏକ ଯୋଜନା ନୁହଁ ଏହା ଏକ ଆଇନ ବୋଲି କହିବା ସହ ଏହି ମନ୍ରେଗା ଯୋଜନାର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ । ସେହିଭଳି ନର୍ଲା ବ୍ଲକ୍ ସହକାରୀ ବିଡିଓ ଦେବେନ୍ଦ୍ର ସାମଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପୁଷ୍ପଗୁଚ୍ଛ ଦେଇ ଏଡିଏମ୍, ବିଡିଓ, ବ୍ଲକ୍ ଅଧ୍ୟକ୍ଷାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନର୍ଲା ବ୍ଲକ୍ ଅଞ୍ଚଳର ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ଅନେକ ଜବକାର୍ଡ ଧାରୀ ଶ୍ରମିକ ଏହି ଜନଶୁଣାଣୀ ଶିବିରରେ ଉପସ୍ଥିତ ରହିଥିଲେ । ୨୬ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ମାନଙ୍କ ମଧ୍ୟରେ ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ସେରଗଡ ସରପଞ୍ଚ ରାହୁଲ ସାହୁ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ନର୍ଲା ସରପଞ୍ଚ ତନୁଜା ହରପାଲ, ସରିଆଁ ସରପଞ୍ଚ ଓମ ପ୍ରକାଶ ଛତ୍ରୀଆ, ରାକ୍ସୀ ସରପଞ୍ଚ ଯେମନ୍ତ ପୋଢ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଟକର୍ଲା ସରପଞ୍ଚ ରାମଚନ୍ଦ୍ର ସାହୁ, ବାଲସିଙ୍ଗା ସରପଞ୍ଚ ପୂଜା ସାରିନୋଭା ସ୍ୱାଇଁ, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ସେହିଭଳି ସମିତି ସଦସ୍ୟ ମାନଙ୍କ ମଧ୍ୟରେ ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ରୁପ୍ରାରୋଡ ସମିତି ସଦସ୍ୟା ଦୀପାଞ୍ଜଳୀ ମାଝୀ, ଭୀମକେଲା ସମିତି ସଦସ୍ୟା ସୁମିତ୍ରା ମାଝୀ, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ତଥା ଅନ୍ୟାନ୍ୟ ସମିତି ସଦସ୍ୟ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery


ସେହିଭଳି ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ମଧ୍ୟରେ ଘଣ୍ଟମାଳ ପିଇଓ ବାନାମ୍ବର ଦାସ୍, ଭାନପୁର ପିଇଓ କ୍ଷୀରସିନ୍ଧୁ ରଣା, ନର୍ଲା ପିଇଓ ରବି ନାଏକ, ସେରଗଡ ପିଇଓ କୃଷ୍ଣଚନ୍ଦ୍ର ସାହୁ କାର୍ଯ୍ୟନିର୍ବାହୀ ଅଧିକାରୀ ଗ୍ରାମ ରୋଜଗାର ସେବକ ଏବଂ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଲାଇନ ବିଭାଗ ଗୁଡିକ ମଧ୍ୟରୁ ଜଙ୍ଗଲ ବିଭାଗର ପ୍ରତିନିଧି ଭାବରେ ନର୍ଲା ଫରେଷ୍ଟର ଭବାନୀ ନାଏକ, ରୁପ୍ରାରୋଡ ଫରେଷ୍ଟର ବିଶ୍ୱଜିତ ଠାକୁର, ଜିଆରଏସ ମାନଙ୍କ ସମଧ୍ୟରେ ସୁସାନ୍ତ ସେଠୀ, ଭାନପୁର ଜିଆରଏସ୍, ମନରେଗା ଯୋଜନାରେ ନର୍ଲା ବ୍ଲକ୍ ଅଞ୍ଚଳର ବିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ୧ ଅପ୍ରେଲ ୨୦୨୧ ରୁ ୩୧ ମାର୍ଚ୍ଚ ୨୦୨୨ ମଧ୍ୟରେ ହୋଇଥିବା କାର୍ଯ୍ୟ ଗୁଡିକର ବ୍ୟୟ ଅଟକଳ ଶୁଣାଇଥିଲେ ।

ନର୍ଲା ଜିପିଇଓ ଶ୍ରୀ ନାଏକ, ଏପିଓ ସନ୍ତୋଷ କୁମାର ପଣ୍ଡା ଓ ବ୍କ ସାମାଜିକ ସମୀକ୍ଷାଧିକାରୀ ରମେଶ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ଗ୍ରାମ ପଞ୍ଚାୟତ ଜରିଆରେ, ବ୍ଲକ୍ ଜରିଆରେ ହୋଇଥିବା ମନରେଗା କାର୍ଯ୍ୟ ଗୁଡିକରେ କାମ କରିଥିବା ଜବକାର୍ଡ ଧାରୀ ମାନଙ୍କର କାର୍ଯ୍ୟର ସମୀକ୍ଷା, କେନ୍ଦ୍ର ସରକାରଙ୍କର ଆଇସିଡିଏସ୍ ମାଧ୍ୟମରେ ହୋଇଥିବା ମମତା ଯୋଜନାର ସମୀକ୍ଷା, ଏନଏଫ୍ଏସ୍ଏ କାର୍ଯ୍ୟକ୍ରମ ଗୁଡିକର ସାମାଜିକ ସମୀକ୍ଷା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଏବିଡିଓ ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.