ଲାଞ୍ଜିଗଡ଼ରୋଡ଼ ରେଳ ଜଙ୍କସନରେ ନୂତନ ରେଳ ଲାଇନ୍ ଓ କୋଠା ଉଦଘାଟିତ

ଲୋକେ ଦାବିକଲେ ଜୁନାଗଡ଼-ଭୁବନେଶ୍ବର ଏକ୍ସପ୍ରେସ୍ ରହଣୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ତ ସମ୍ବଲପୁର-ରାୟଗଡ଼ା ରେଳପଥର ଲାଞ୍ଜିଗଡ଼ରୋଡ଼ ରେଳ ଜଙ୍କସନଠାରେ ବହୁ ପ୍ରତୀକ୍ଷିତ ତୃତୀୟ ରେଳ ଲାଇନ୍ ଓ ନୂତନ କୋଠା ଆଜି ରେଳବିଭାଗର ପଦସ୍ଥ ଅଧିକାରୀମାନଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଆଜି ରେଳ ବିଭାଗ ତରଫରୁ ସିଆର୍ ଏସ୍ ଏମ୍ ଚୌଧୁରୀ ଓ ସମ୍ବଲପୁର ଡିଆରଏମ୍ ବିନୀତ ସିଂହ ଲାଞ୍ଜିଗଡ଼ରୋଡ଼ ଗସ୍ତ କରିବା ସହିତ ନବନିର୍ମିତ ତୃତୀୟ ଲାଇନ ଓ ଷ୍ଟେସନ ପରିସରରେ ନିର୍ମିତ ଭବ୍ୟ କୋଠାର ଉଦଘାଟନ କରିଥିଲେ । ଏହାକୁ ନେଇ ଲାଞ୍ଜିଗଡ଼ରୋଡ଼ ଅଞ୍ଚଳବାସୀ ଉତ୍ସାହିତ ହୋଇ ପଡିଥିବାବେଳେ ଦୁଇଶହରୁ ଉର୍ଦ୍ଧ୍ବ ଜନସାଧାରଣ ରେଳ ବିଭାଗର ପଦସ୍ତ ଅଧିକାରୀଙ୍କୁ ସ୍ବାଗତ ଜଣାଇବା ସହିତ ଲାଞ୍ଜିଗଡ଼ରୋଡ଼ ରେଳ ଷ୍ଟେସନରେ ଜୁନାଗଡ଼-ଭୁବନେଶ୍ବର ଏକ୍ସପ୍ରେସ ଟ୍ରେନ୍ ରହଣୀ ସହିତ ଏକ ରେଲୱେ ହସ୍ପିଟାଲ ଖୋଲିବାକୁ ଦାବି କରିଥିଲେ । ଏଇ ଅବସରରେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସମିତି ସଭ୍ୟା ମୁକ୍ତା ଭୋଇ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ସୂର୍ଯ୍ୟକାନ୍ତି ମାଝୀ, ପୂର୍ବତନ ସମିତିସଭ୍ୟା କୈାନୁଜ ରାଉତ, ଟି. ଆପ୍ଲା ରାଜୁ, ଚନ୍ଦ୍ରଶେଖର ମହାପାତ୍ର, କେଶବଚନ୍ଦ୍ର ବାରିକ, ଅଭିମନ୍ୟୁ ପାତ୍ର, ପୂର୍ଣ୍ଣଚନ୍ଦ୍ର ଗଉଡ଼, ପ୍ରଣବ କୁମାର ରାଉତ, କେ. ବୈକୁଣ୍ଠ ରାଜୁ, ଗୋପାଳ ସୁନା, ନାଭି ଗହୀର, ଜୟନ୍ତ ଠାକୁର, ୱାଡ ସଭ୍ୟ ସଭ୍ୟା ବିନ୍ଦୁ ଶିଖା, ମମି ମାଝୀଙ୍କ ସମେତ ଲାଞ୍ଜିଗଡ଼ ଅଞ୍ଚଳର ବହୁତ ପୁରୁଷ ଓ ମହିଳା ପ୍ରମୁଖ ଉପସ୍ଥିତ ରହି ଦାବି ଉପସ୍ଥାପନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.