ଅକ୍ଟୋବର ୨୨ରେ ନିଯୁକ୍ତି ପାଇବେ ୭୫ ହଜାର ଯୁବକ ଯୁବତୀ, କେନ୍ଦ୍ର ସରକାର ଦେବେ ଚାକିରି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଦେଢ଼ ବର୍ଷରେ ଅର୍ଥାତ ଡିସେମ୍ବର ୨୦୨୩ ସୁଦ୍ଧା ୧୦ ଲକ୍ଷ ଯୁବକଙ୍କୁ ଚାକିରି ଦେବାପାଇଁ ଯୋଜନା ରଖିଛନ୍ତି। ସେ ଏହି ମେଗା ନିଯୁକ୍ତି ଡ୍ରାଇଭକୁ ଆସନ୍ତା ଧନ୍ତରାସ୍ ଦିନ ଅର୍ଥାତ୍ ୨୨ ଅକ୍ଟୋବର ଦିନ ଦିୱାଲୀ ଅବସରରେ ଆରମ୍ଭ କରିବେ । ଏହି ଦିନ ୭୫୦୦୦ ଲୋକଙ୍କୁ ନିଯୁକ୍ତି ପତ୍ର ଦିଆଯିବ ବୋଲି ମଧ୍ୟ ସୂଚନା ରହିଛି ।  ପ୍ରଧାନମନ୍ତ୍ରୀ ମଧ୍ୟ  ଯୁବକମାନଙ୍କ ସହିତ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଜୁନ୍ ମାସରେ ୩୮ ଟି ମନ୍ତ୍ରଣାଳୟ / ବିଭାଗରେ ଖାଲି ପଡ଼ିଥିବା ପଦବୀ ଉପରେ ସମୀକ୍ଷା କରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି । ଏହା ପରେ ସେ ଘୋଷଣା କରିଥିଲେ ଯେ ତାଙ୍କ ସରକାର ଆସନ୍ତା ଦେଢ଼ ବର୍ଷରେ ୧୦ଲକ୍ଷ ଚାକିରି ପ୍ରଦାନ କରିବେ ।  ଅର୍ଥାତ୍ ୨୦୨୩ ଡିସେମ୍ବର ସୁଦ୍ଧା ଏହି ସମସ୍ତ ନିଯୁକ୍ତି ୟୁପିଏସସି, ଏସଏସସି , ରେଳ ନିଯୁକ୍ତି ବୋର୍ଡ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କ ୩୮ ଟି ମନ୍ତ୍ରଣାଳୟ ଏବଂ ବିଭାଗ ମାଧ୍ୟମରେ ୧୦ ଲକ୍ଷ ଚାକିରି ପୂରଣ ହେବ। ବର୍ତ୍ତମାନ ଗ୍ରୁପ୍ ଏ ବର୍ଗରେ ୨୩୫୮୪  ଟି ପଦବୀ, ଗ୍ରୁପ୍ ବି  ବର୍ଗରେ ୨୬୨୮୨ ଟି ପଦବୀ ଖାଲିଥିବା ବେଳେ ଗ୍ରୁପ୍ ସି ଅଣ ଗେଜେଟେଡ୍ ବର୍ଗରେ ୮.୩୬  ଲକ୍ଷ ପଦବୀ ଖାଲି ଅଛି। କେବଳ ପ୍ରତିରକ୍ଷା ମନ୍ତ୍ରଣାଳୟରେ ୩୯୩୬୬ ଗ୍ରୁପ୍ ବି  ପଦ ଏବଂ ୨.୧୪ ଲକ୍ଷ ଗ୍ରୁପ୍ ସି ପଦବୀ ଖାଲି ଅଛି ।  ରେଳବାଇରେ ୨.୯୧ ଲକ୍ଷ ଗ୍ରୁପ୍ ସି ପଦବୀ ଖାଲି ଅଛି ଏବଂ ଗୃହ ମନ୍ତ୍ରଣାଳୟର ଗ୍ରୁପ୍ ସି ଅଣ-ଗେଜେଟେଡ୍ ବର୍ଗ ଅଧୀନରେ ୧.୨୧ ଲକ୍ଷ ପଦବୀ ଖାଲି ଅଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.