ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବାଲେଶ୍ବର ଜିଲ୍ଲାର ଅତି ପରିଚିତ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ, ଗୀତାଞ୍ଜଳି ପୃଷ୍ଟିଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅଧ୍ୟାପିକା ଡ଼. ପ୍ରିୟମ୍ବଦା ସାମଲ ଓମକାର ନାଦଧ୍ବନି ସହ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ସମ୍ପାଦିକା ପ୍ରଣତି ମହାପାତ୍ର ଅତିଥି ପରିଚୟ ସହ ବିଗତ ନଅଟି ଅଧ୍ୟାୟ ଉପରେ ସମ୍ୟକ ଆଲୋଚନା ରଖିଥିଲେ ।

Omkar Vasthu
Omkar Vasthu

ପବିତ୍ର ଗୀତାମୃତ କାର୍ଯ୍ୟକ୍ରମରେ ବିଶ୍ବେଶ୍ବର ମାଝୀ, ପ୍ରଫୁଲ୍ଲ କୁମାର ଦାସ, ସ୍ନେହ ମିଶ୍ର, ପ୍ରଶାନ୍ତ କୁମାର ରାଉଳ, ବିନୋଦିନୀ ଦାଶ, ହେମନ୍ତ କୁମାର ସାହୁ, ବନଲକ୍ଷ୍ମୀ ମହାନ୍ତି ଇତ୍ୟାଦି ସାତଜଣ ସତସଙ୍ଗୀ ଭାଇଭଉଣୀ ୧୪ଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା ବିଭିନ୍ନ ଗଳ୍ପ ଓ ଉଦାହରଣ ମାଧ୍ୟମରେ କରିଥିଲେ । ଆମେରିକାରୁ ବୈଜ୍ଞାନିକ ଡ଼କ୍ଟର ଚନ୍ଦ୍ରା ମିଶ୍ର, ତେଲେଙ୍ଗାନାରୁ ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର, ବାଲେଶ୍ବରରୁ ଗୀତା ରାଣୀ ପୁରୀ, ବିଜୟ କୁମାର ମଲ୍ଲିକ, ମୁମ୍ବାଇର ଅଧ୍ୟାପିକା ସ୍ନେହ ମିଶ୍ର ଶ୍ରୀମଦ୍ ଭଗବଦ୍ ଗୀତା ଉପରେ ବକ୍ତବ୍ୟ ରଖିଥିଲେ । ଅନାଦି ଚରଣ ମାହାଳି, ସଂଯୁକ୍ତା ରାଉତ ଏବଂ ପଣ୍ଡିତ ଭାବଗ୍ରାହୀ ମିଶ୍ର ମହୋଦୟ ନବମ ଅଧ୍ୟାୟରେ ଥିବା ରାଜବିଦ୍ୟା ରାଜଗ୍ୟୁହ ଯୋଗର ସମର୍ପଣ, ନିବେଦନ ତଥା ପ୍ରଭୁଙ୍କର ଅନ୍ତରଙ୍ଗ ଭକ୍ତ ହେବାର ବିଭିନ୍ନ କଥା ସ୍ପଷ୍ଟ ଭାବରେ ଆଲୋଚନା କରିଥିଲେ । ରାମାୟଣ, ବେଦ ଉପନିଷଦ, ମହାଭାରତ ଭଳି ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଭାବଗ୍ରାହୀ ମିଶ୍ର ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୫ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.