ପୋଖରୀରେ ଫଶିଲା ଜଙ୍ଗଲି ହାତୀ: ଦିର୍ଘ ୧୨ ଘଣ୍ଟା ପରେ ଉଦ୍ଧାର କଲା ବନ ବିଭାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗତ ରାତିରୁ ପୋଖରୀରେ ଫସି ରହିଥିବା ଗଜରାଜ ଆଜି ମୃତ୍ୟୁ ମୁହଁରୁ ଫେରି ଆସିଛି। ଗତ ରାତିରୁ ଦନ୍ତାଟି ବାହାରକୁ ବାହାରିବାକୁ ପ୍ରାଣପଣେ ଉଦ୍ୟମ କରୁଥିବା ବେଳେ ଆଜି ସକାଳେ ବନ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ଦିର୍ଘ ୧୨ଘଣ୍ଟାପରେ ହାତୀଟି ପୋଖରୀରୁ ବାହାରି ଜଙ୍ଗଲମୁହାଁ ଦୌଡ଼ି ପଳାଇଛି। ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ରେଞ୍ଜ ଅଧୀନସ୍ଥ ସିକେରକୁପା ସେକ୍ସନ କିଡିଙ୍ଗ ଗାଁ ଖରଡିଆପଡାରେ।

Omkar Vasthu
Omkar Vasthu

ଗତକାଲି ବିଳମ୍ବିତ ରାତିରେ ଏକ ହାତୀପଲ ବିଶ୍ୱନାଥପୁର ରେଞ୍ଜ ଅଧୀନରେ ଥିବା କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆପଡାକୁ ପଶି ଆସିଥିଲେ। ଉକ୍ତ ସମୟରେ ହାତୀପଲର ଏକ ଦନ୍ତା ହାତୀ ଗାଁ ନିକଟରେ ଥିବା ଏକ ଛୋଟ ପୋଖରୀରେ ଫସି ରହିଥିଲା।ଆଜି ସକାଳୁ ଗାଁ ଲୋକେ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ବେଳେ ପୋଖରୀ ଭିତରେ ଦନ୍ତାଟିଏ ଫସିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେମାନେ ତୁରନ୍ତ ସ୍ଥାନୀୟ ସିକେରକୁପା ଫରେଷ୍ଟର ଭାଗିରଥି ନାଏକଙ୍କୁ ଖବର ଦେବାପରେ ସେ ଘଟଣା ସ୍ଥଳରେ ପହଞ୍ଚି ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀଙ୍କୁ ସୂଚନା ଦେଇଥିଲେ। ଏହାପରେ ରେଞ୍ଜର ଶ୍ରୀ ମାଝୀଙ୍କ ନେତୃତ୍ବରେ ବିଭାଗର ଏକ ହାତୀ ସ୍କ୍ୱାଡ ଟିମ୍‌ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ରାତିରେ ପୋଖରୀରେ ଫସି ରହିଥିବା ଦନ୍ତାକୁ ବନ କର୍ମଚାରୀ ସକାଳ ୭ଟାରେ ଅପରେସନ ଆରମ୍ଭ କରିଥିବା ବେଳେ ଦିନ ପ୍ରାୟ ୧୨ଟା ବେଳକୁ ହାତୀଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିଛି । ସୁରକ୍ଷିତ ଭାବେ ହାତୀଟି ଉଦ୍ଧାର ହେବା ପରେ ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଛି।ତେବେ ଏହି ଉଦ୍ଧାର କାର୍ଯ୍ୟରେ ବିଶ୍ଵନାଥପୁର ଫରେଷ୍ଟର ସୁରେଶ ଚନ୍ଦ୍ର ରାଉତ, ମୁଷାନାଲ ଫରେଷ୍ଟର ଚିନ୍ତାମଣି ମାଝୀ, ଫରେଷ୍ଟ ଗାର୍ଡ ତପିମଣି କୁମାର, ବିନୋଦ ବିହାରୀ ନାୟକ, ଦେବରାଜ ସୁନାନୀ,ମାଧବୀ ବିଭାର, ଶାନ୍ତିଲତା ପାଢି, ମାଧବୀ ଗୋପାଳଙ୍କ ସମେତ ସିକେରକୁପା ସେକ୍ସନ ଓ ବିଶ୍ଵନାଥପୁର ସେକ୍ସନ ସ୍କ୍ୱାର୍ଡ ଓ ଗ୍ରାମବାସୀଙ୍କ ସହଯୋଗରେ ହାତୀଟି ଉଦ୍ଧାର ହୋଇପାରିଛି ବୋଲି ରେଞ୍ଜର ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

Udyog Nursery
Udyogi Nursery

ତେବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଦୁର୍ଗମ ଅଞ୍ଚଳ ମାନଙ୍କରେ ହାତୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲି ଥିବା ବେଳେ ସନ୍ଧ୍ୟା ହେଲେ ହାତୀପଲ ଗାଁମୁହାଁ ହେଉଛନ୍ତି ଓ ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗୁ ଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବାତାବରଣ ଦେଖାଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.