କୋଟିପତି ଚା’ ବାଲାଙ୍କୁ ଟିକେଟ ଦେଲା ବିଜେପି

ଓଡ଼ିଆ ବାର୍ତ୍ତା/ ଧର୍ମଶାଳା: ହିମାଚଳ ପ୍ରଦେଶରେ ନଭେମ୍ବର ୧୨ରେ ମତଦାନ ହେବାକୁ ଯାଉଛି। ଏଥିପାଇଁ ଆଶାୟୀ ଏବେ ନାମାଙ୍କନ ଦାଖଲ କରିବା ଆରମ୍ଭ କରିଛନ୍ତି। ଏହି ସମୟରେ ହିମାଚଳପ୍ରଦେଶରେ ଜଣେ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଯିଏକି ଜଣେ ବିଜେପିର ପ୍ରାର୍ଥୀ। ଏହି ପ୍ରାର୍ଥୀ ଜଣଙ୍କ ଚା’ ବାଲା ହେଲେ ସେ ଜଣେ କୋଟିପତି ବୋଲି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ହିମାଚଳପ୍ରଦେଶରେ ଶିମଲା ବିଧାନସଭା ଆସନରୁ ଏହ ପ୍ରାର୍ଥୀ ବିଜେପି ଟିକେଟରୁ ଲଢିବେ। ତାଙ୍କ ନାମ ସଞ୍ଜୟ ସୁଦ। ସଞ୍ଜୟ ଏବଂ ତାଙ୍କ ପତ୍ନୀଙ୍କ ସମ୍ପତ୍ତିର ମୂଲ୍ୟ ୨.୭ କୋଟି ବୋଲି ଜଣାପଡିଛି। ସୁଦଙ୍କ ପାଖରେ ୧.୪୫ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ୫୪ ଲକ୍ଷ ଟଙ୍କା ରହିଛି। ସେହିପରି ତାଙ୍କ ପତ୍ନୀଙ୍କ ପାଖରେ ୪୬ ଲକ୍ଷ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଏବଂ ୨୫ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ରହିଛି।

Omkar Vasthu
Omkar Vasthu

ଏହା ମନ୍ତ୍ରୀ ସୁରେଶ ଭରଦ୍ୱାଜଙ୍କ ବିଧାନସଭା ଆସନ। ହେଲେ ବିଜେପି ଚଳିତଥର ଏହି ଆସନ କୋଟିପତି ପ୍ରାର୍ଥୀ ସଞ୍ଜୟ ସୁଦଙ୍କୁ ଦେଇଛି। ସେହିପରି ସୁରେଶଙ୍କୁ ଆଉ ଏକ ଆସନରୁ ଟିକେଟ ଦେଇଛି ଦଳ। ସଞ୍ଜୟ ୧୯୯୧ ମସିହାରୁ ଏକ ଚା’ ଷ୍ଟଲ୍ ଚଳାଉଛନ୍ତି। ଏହାପୂର୍ବରୁ ସେ ବସ୍ ଷ୍ଟାଣ୍ଡରେ ଖବରକାଗଜ ବିକ୍ରି କରୁଥିଲେ। ଯେହେତୁ ସମସ୍ତେ ଜାଣନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ମଧ୍ୟ ଜଣେ ଚା ବାଲା ଥିଲେ। ସେ ଏବଂ ତାଙ୍କ ବାପା ଗୁଜୁରାଟର ଏକ ରେଳ ଷ୍ଟେସନରେ ଛୋଟ ବେଳେ ଚା ବିକ୍ରି କରିଥିଲେ। ଏଭଳି ପରିସ୍ଥିତିରେ ସଞ୍ଜୟ ସୁଦଙ୍କୁ ଦଳ ପ୍ରାର୍ଥୀ କରିଛି। ସଞ୍ଜୟ କହିଛନ୍ତି ଯେ ଏବିଭିପିରେ ଯୋଗଦେବା ପରେ ସେ ରାଜନୀତି ଆରମ୍ଭ କରିଛନ୍ତି। ସେ ଦୁଇଥର କାଉନସିଲର ମଧ୍ୟ ରହିଛନ୍ତି। ୨୦୦୭ ମସିହାରେ, ସେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ କାଉନସିଲର ନିର୍ବାଚନରେ ​​ଜିତିଥିଲେ ଏବଂ ପରେ ହିମାଚଳ ବିଜେପିର କୋଷାଧ୍ୟକ୍ଷ ରହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.