କର୍ଲାପଡା ଜୋନ୍-୨ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ରାଜ୍ୟ ସାରା ଚାଲିଛି ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା । ଏହି କ୍ରମରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର କର୍ଲାପଡା ଜୋନ୍-୨ ଅନ୍ତର୍ଗତ ଥୁଆପଦର ପଞ୍ଚାୟତର ଗୋଏପିଟାରୁ ଆରମ୍ଭ ହୋଇ କର୍ଲାଗୁଡା ପଂଚାୟତର କର୍ଲାଗୁଡା, କୁବଡ଼ି ଏବଂ ପାଲସିଝରଣ ପଞ୍ଚାୟତର ଡୁଙ୍ଗିଫୁଙ୍ଗା ଠାରେ ବିଜୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଶତାଧିକ ବିଜେଡି କର୍ମୀ ଏହି ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେଇ ତୃଣମୂଳ ସ୍ଥରରେ ଜନସାଧାରଣଙ୍କ ପାଖକୁ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ପହଞ୍ଚାଇଥିଲେ । ଏହି କାର୍ଯ୍ୟକ୍ରମ ସହ ଏକ ସାଧାରଣ ସଭାର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଅନାମ ନାଏକ, ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଜିତେନ୍ଦ୍ର ମହାନ୍ତି, ଭବାନୀ ଶଙ୍କର ମିଶ୍ର, ପ୍ରଦୀପ ମୁଣ୍ଡ, ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ, ଆଦିତ୍ୟ ନନ୍ଦ, ଲଳିତା ନାଏକ, ଚକ୍ରଧର ସେଠି, ମଧୁସୂଦନ ନାଗ, ସୁରେଶ ମହାନନ୍ଦ, ଲବଣି ମହାନନ୍ଦ, ଅଶେଶ୍ୱର ବାଗ, ସଚ୍ଚୀଦାନନ୍ଦ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଦୟାନିଧି ନାଏକ ସଭା ସଂଚାଳନ କରିଥିବାବେଳେ ଏଥିରେ କର୍ଲାପଡ଼ା ଓ ପାଲସିଝରଣ ସରପଞ୍ଚ ଏବଂ ଦଳୀୟ ନେତା ସାରଦା ପ୍ରସନ୍ନ ସ୍ୱାଇଁ, ପ୍ରଦୀପ ମୁଣ୍ଡ, ସୁରେନ୍ଦ୍ର ପ୍ରଧାନ, ଦ୍ରୁବ ଚରଣ ପ୍ରଧାନ, ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ପ୍ରଦୀପ ଭୋଇ, ଉଦିଆ ସୁନାନୀ, ସେନାପତି ନାଏକ ତଥା ମଣ୍ଟୁ ନାଏକ, ଅଭିନାଶ ଠାକୁର ଅନ୍ୟାନ୍ୟ ଯୋଗଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.