୪୨ମୌଜା ଯାଦବ ମହାସଭାର ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଟକ (ସଦର ଶ୍ରୀକାନ୍ତ ବେଉରା): ବୟାଳିଶ ମୌଜା ଯାଦବ ମହାସଭାର ପ୍ରତିଷ୍ଠାତା ତଥା ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଯଶୋଦା ଗାର୍ଡେନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ୪୨ମୌଜା ଯାଦବ ମହାସଭାର ଉପଦେଷ୍ଟା ସଞ୍ଜୟ କୁମାର ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ କଟକ ଜିଲ୍ଲା ଯାଦବ ମହାସଭାର ଉପ ସଭାପତି ବିନୋଦ ବିହାରି ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଆସନ୍ତା ୧୮ ନଭେମ୍ବର ରେଜେଙ୍ଗାଲା ଦିବସ ପରିପ୍ରେକ୍ଷୀରେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେଜେଙ୍ଗଲାରୁ ୧୧୪ ସହିଦ ଯାଦବଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିମାନରେ ଆସୁଥିବା ସହୀଦ ମାଟିକୁ ୩୧ ଅକ୍ଟୋବର ମଧ୍ୟାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ଉଚ୍ଛସୀତ ସମ୍ମାନ ପ୍ରଦାନ ସହ ବିରାଟ ସୁଶୋଭିତ ପଟୁଆରରେ କଟକ ଲିଙ୍କ୍ ରୋଡରେ ପହଁଚିବା ପରେ ୪୨ମୌଜା ଯାଦବ ମହାସଭା ତରଫରୁ ୪୦ଗୋଟି ବାଇକ୍ ଏସ୍କଟ କରି ଷ୍ଟାଡିୟମ୍ ପର୍ଯ୍ୟନ୍ତ ନେବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା । ଏଥି ସହ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୧୩ ଅକ୍ଟୋବରକୁ ଯଶୋଦା ଗାର୍ଡେନ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ରକ୍ତ ଦାନ ଶିବିରକୁ ଶତ ପ୍ରତିଶତ ସଫଳ କରାଇବା ପାଇଁ ସଭାପତି ଉପସ୍ଥିତ ଯାଦବ ନେତୃ ମଣ୍ଡଳୀଙ୍କୁ ପରାମର୍ଶ ଦେଇଥିଲେ ।


ମଞ୍ଚାସୀନ ସମ୍ମାନୀୟ ଅତିଥି ଭାବେ କଟକ ଜିଲ୍ଲା ଯାଦବ ମହାସଭାର ଉପସଭାପତି ଚିତ୍ତରଞ୍ଜନ ବେହେରା, ସାଧାରଣ ସମ୍ପାଦକ ତୀର୍ଥବାସୀ ବେହେରା, ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ କୁମାର ବେହେରା, ଅବସର ପ୍ରାପ୍ତ ମେଜର ମଙ୍ଗରାଜ ବେହେରା, ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର ଧୀରେନ୍ଦ୍ର ବେହେରା, ମିଡିଆ ସଂଯୋଜକ ପର୍ଶୁରାମ ବେହେରା ପ୍ରମୁଖ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଆନନ୍ଦ ବେହେରା, ଚକ୍ରଧର ବେହେରା, ଗିରିଧାରୀ ବେହେରା, ଗୌରାଙ୍ଗ ବେହେରା, କିଶୋର ଚନ୍ଦ୍ର ପଲେଇ, ସନାତନ ବେହେରା, ପ୍ରିତିରଞ୍ଜନ ଯାଦବ, ଆଶିଷ ବେହେରା, ସୁଶାନ୍ତ ବେହେରା, ଲକ୍ମିଧର ବେହେରା, ରବୀନ୍ଦ୍ର ବେହେରା, ତାପସ ବେହେରା, ବିଜୟ ବେହେରା, ଅନାଦି ବେହେରା, ଅକ୍ଷୟ ବେହେରା, ଭାସ୍କର ବେହେରା, ମିଟୁ ବେହେରା, ଦୀପକ ବେହେରା, ଶଙ୍କର୍ଷଣ ବେହେରା, ସୁବାସ ଚନ୍ଦ୍ର ବେହେରା, କୃଷ୍ଣ ଚନ୍ଦ୍ର ବେହେରା, ନବୀନ ପଲେଇ, ପ୍ରଶାନ୍ତ ପଲେଇ, ସ୍ଵପ୍ନେଶ୍ୱର ବେହେରା, ସାଗର ବେହେରା, ଭାସ୍କର ବେହେରା, ପ୍ରମୋଦ ବେହେରା, ମନୋରଞ୍ଜନ ବେହେରା, ପ୍ରଦୀପ କୁମାର ବେହେରା ଓ ସିଦ୍ଧାର୍ଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଭିକାରୀ ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.