ଡମ୍ ପରମ୍ପରା ‘ଦିଆଲ ପରବ ଭେଟଘାଟ-୨୦୨୨’ ନିଆରା ଢଙ୍ଗରେ ପାଳନ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶୀପୁର (ଆଲାରାମ ଭତ୍ରା): ରାୟଗଡା ଜିଲ୍ଲା କୁମ୍ଭିକୋଟା ଠାରେ ଡମ ପରମ୍ପରା ଅନୁଯାଇ ଦିଆଲ ପରବ ଭେଟଘାଟ-୨୦୨୨ ଅନୁଷ୍ଠିତ ହୋଇଛି । ଏହାକୁ କୁମ୍ଭୀକୋଟା, ନାକିଟି ଓ ପୋଢମରାର ଯୁବକ ଓ ବୁଦ୍ଧିଜୀବୀମାନେ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଗ୍ରାମର ନାଇକ, ଧାଙ୍ଗଡାମାଜି, ଡମ ସମାଜ ବୁଦ୍ଧିଜୀବୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା ।

Omkar Vasthu
Omkar Vasthu


ମୁଖ୍ୟତଃ କାର୍ଯ୍ୟକ୍ରମରେ ନିଜର ପରମ୍ପରା ଅନୁଯାୟୀ ଗୀତ ନାଟ୍ୟ, ବାଜା ମହୁରୀ କରି ବାହାରୁ ଆସି ଥିବା ବୁଦ୍ଧିଜୀବୀ, ଅନ୍ୟାନ୍ୟ ଅନୁଷ୍ଠାନରେ କୃତକାର୍ଯ୍ୟ ଅଫିସର, ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରି ଫୁଲ ମାଳ ଦେଇ ପାଛୋଟି ନେଇ ଥିଲେ । ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ମନ ଭରି ଷ୍ଟେଜ ଉପରେ ନୃତ୍ୟ ପରିବେଷଣ କରି ଗ୍ରାମବାସୀ ଓ ଉପସ୍ଥିତ ଥିବା ବୁଦ୍ଧିଜୀବୀଙ୍କୁ ନିଜ କଳାରେ ଆକୃଷ୍ଟ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ସମସ୍ତ ନାଇକ, ଧାଙ୍ଗଡାମାଜିଙ୍କୁ ମଧ୍ୟ ଫୁଲ ପିନ୍ଧେଇ ସମ୍ମାନିତ କରିଥିଲେ‌ । ଶେଷ ପର୍ଯ୍ୟାୟରେ ମଧ୍ୟାହ୍ନ ଭୋଜନର ମଧ୍ୟ ଆୟୋଜନ ହୋଇଥିଲା । ଏଭଳି କାର୍ଯ୍ୟକ୍ରମ ଅଞ୍ଚଳରେ ପ୍ରଥମ କରି ହୋଇଥିବାରୁ ସମସ୍ତେ ଆୟୋଜକଙ୍କୁ ବୁଦ୍ଧିଜୀବୀମାନେ ସାଧୁବାଦ ଜଣାଇ ଥିଲେ । ଏଭଳି କାର୍ଯ୍ୟକ୍ରମ ନିଜ ସମାଜକୁ ମଜବୁତ୍ କରିବା ସହ ଆଗାମୀ ପିଢ଼ି ପାଇଁ ବହୁ ଉପକାରରେ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.