ବାଲିଗୁଡାର ମୁଠାହେଡ଼ ସାଧୁ ପାତ୍ରଙ୍କ ଅକାଳ ବିୟୋଗ: ଉତ୍ତରାଧିକାରୀ ଭାବେ ପୁଅ ପ୍ରଶାନ୍ତ ପାତ୍ର ଅଭିଷିକ୍ତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାର ମୁଠାହେଡ଼ ସାଧୁ ପାତ୍ରଙ୍କ ଅକାଳ ବିୟୋଗ ଯୋଗୁଁ ସମଗ୍ର ଗାଁ ରେ ଶୋକାକୁଳ ପରିବେଶ ହୋଇଛି । ମଙ୍ଗଳବାର ଭୋର ପାଞ୍ଚଟାରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ସୋମବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ଖବର ବିଜୁଳି ବେଗରେ ପ୍ରସାରିତ ହେବାପରେ ଗାଁର ହଜାର ହଜାର ଲୋକ ଆତ୍ମୀୟ ସ୍ୱଜନ ରୁଣ୍ଡ ହୋଇ ଶେଷ ଦର୍ଶନ କରିଥିଲେ । ତାଙ୍କ ପାର୍ଥବ ଶରୀରକୁ ବିରାଟ ପଟୁଆରରେ ଶୋଭାଯାତ୍ରା କରାଯାଇ ଗାଁ ସ୍ମଶାନରେ ପୁଅ ପ୍ରଶାନ୍ତ ପାତ୍ର ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ସେ ଜଣେ ଭଦ୍ର ମିଷ୍ଟଭାଷୀ ଅମାୟିକ ବ୍ୟକ୍ତିତ୍ୱ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟପଟେ ସାଧୁପାତ୍ରଙ୍କ ଅନ୍ତେ ତାଙ୍କ ପୁଅ ପ୍ରଶାନ୍ତ ପାତ୍ରଙ୍କୁ ମୁଠା ହେଡ଼ ପଦବୀରେ ପାରମ୍ପରିକ ରୀତିନୀତି ରେ କୁଳ ପୁରୋହିତ ବିରୁପାକ୍ଷ ଦାସ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଅଭିଷିକ୍ତ କରିଥିଲେ । ସ୍ୱର୍ଗତ ପାତ୍ରଙ୍କ ଶବ ଓ ଶୋଭାଯାତ୍ରାରେ ବାଲିଗୁଡା ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ, ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର, ଉପ ସଭାପତି ଶିବରାମ ପ୍ରଧାନୀ, ମୃତ୍ୟୁଞ୍ଜୟ ପ୍ରଧାନୀ, ବିଜୟ ଚନ୍ଦ୍ର ଖଣ୍ଡଗିରି, ସେଲେସ ନାୟକ, ଅର୍ଜୁନ ନାୟକ, ପୂର୍ବତନ ବାଲିଗୁଡା ସରପଞ୍ଚ ଗଣେଶ ମଳିକ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.