ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ପାୱାର ସଚିନ ପ୍ରକାଶ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ସେ ଫାଇବ୍-ଟି ଅଧୀନରେ ଚାଲିଥିବା, କାଉଡୋଳା, ଫୁପଗାଁ, ଚିକିଲି, ଧନସରା କାସିବାହାଲ ବିଦ୍ୟାଳୟ ଓ ମନରେଗା କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଏହି ଗସ୍ତ ସମୟରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା, କନିଷ୍ଠ ଯନ୍ତ୍ରୀ, ଅଜୟ ସେନାପତି, କୀର୍ତ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପରେ ବ୍ଲକ ସଭା ଗୃହରେ ବ୍ଲକ କର୍ମଚାରୀଙ୍କ ଉପସ୍ଥିତିରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ଆଗାମୀ ଦିନରେ ସକ୍ରିୟ ରହି ଉନ୍ନୟନ କାର୍ଯ୍ୟରେ ତତ୍ପରତା ଦେଖେଇବା ପାଇଁ ଉପସ୍ଥିତ କର୍ମଚାରୀଙ୍କୁ ବୁଝେଇ ଥିଲେ ।