ଥୁଆମୂଳ ରାମପୁର ବ୍ଳକ ଅଙ୍ଗନଓ୍ବାଡି କର୍ମୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ଯ ବନ୍ଦ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କସ ଆସୋସିଏସନ ନିର୍ଦ୍ଦେଶ କ୍ରମେ ସାରା ଓଡିଶାରେ ନିଜ ଦାବି ପୂରଣ ପାଇଁ ନଭେମ୍ବର ୨୧/୧୧/ ୨୦୨୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ଯ ବନ୍ଦ ଆନ୍ଦୋଳନ ଭୁବନେଶ୍ବର ଠାରେ ଜାରିରଖିଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଙ୍ଗନବାଡି ଓ୍ବାର୍କସ ସଂଘ ତରଫରୁ ଆଜି ମଙ୍ଗଳବାର ଦିନ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ  ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ଯ ବନ୍ଦ ଆନ୍ଦୋଳନ ଜାରିରହିଛି। ସବୁ ବିଭାଗର କାମକୁ ସଫଳ ରୂପାୟନ କରୁଥିବା ଅଙ୍ଗନଓ୍ବାଡି କର୍ମଚାରୀଙ୍କ ପ୍ରତି ରାଜ୍ଯ ସରକାରଙ୍କ ତାଙ୍କର ଦାବି ପୂରଣ କାହିଁକି କରୁନାହାନ୍ତି। ସବୁ ବିଭାଗର କର୍ମଚାରୀଙ୍କ ଦରମା ତଥା ଅନ୍ଯାନ୍ଯ ସବୁ ସୁବିଧା ସରକାରଙ୍କ ଦ୍ବାରା କରାଯାଉଥିବା ବେଳେ ଦୀର୍ଘ ଦିନ ଧରି ଅଙ୍ଗନଓ୍ବାଡି କର୍ମଚାରୀଙ୍କ ମାନଦେୟ ବୃଦ୍ଧି ତଥା ଅବସରକାଳୀନ ସହାୟତା ରାଶି ବୃଦ୍ଧି କରିବା ସହିତ କୌଣସି ସୁବିଧା ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି, ସଂଘଠନ ତରଫରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ନକରି ଓଲଟା କାର୍ଯ୍ଯଭାର ବୃଦ୍ଧି କରାଯାଉଛି। ତେଣୁ ଏହାକୁ ବିରୋଧ କରି ବିଭିନ୍ନ ଦାବି ପୂରଣ ପାଇଁ କାର୍ଯ୍ଯ ବନ୍ଦ ଆନ୍ଦୋଳନ ଜାରି ରଖିଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.