ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ): ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ ସହିତ ରୁପ୍ରା ଗ୍ରାମରେ ନବ ନିର୍ମିତ ହୋଇଥିବା ସମାଜର ଇଷ୍ଟଦେବୀ ମା’ ଶ୍ରୀ ଶ୍ରୀ ଚଣ୍ଡୀ ସମଲାଇଙ୍କ ମନ୍ଦିର ପ୍ରତିଷ୍ଠା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ରୁପ୍ରା ସାପ୍ତାହିକ ବଜାର ପଡିଆ ପରିସରରେ ଅନୁଷ୍ଠିତ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବର ପ୍ରଥମ ଅଧିବେଶନରେ ଜିଲ୍ଲା ସଭାପତି ନୀଳମଣି ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ତୈଳିକ ରାଠୋର ମହାସଭା ଜାତୀୟ ସାଧାରଣ ସଂପାଦକ ସତିଶ ଗାନ୍ଧୀ, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ଯୁବ ସଚିବ ବୀରବର ସାହୁ, ସମ୍ମାନିତ ଅତିଥି ଭାବେ ଉପ ସଭାପତି ପଦ୍ମଲୋଚନ ସାହୁ, ଜାତୀୟ ସାଧାରଣ ସଂପାଦକ ବିଷ୍ଣୁ ସାହୁ, ଢେଙ୍କାନାଳ ଜିଲ୍ଲାର ଅକାରଣ ସାହୁ, ରାୟପୁର ଅଞ୍ଚଳରୁ ଧନୀରାମ ସାହୁ ଓ ରାଜେନ୍ଦ୍ର ସାହୁ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ଜିଲ୍ଲା ସାଧାରଣ ସଂପାଦକ ନବୀନ କିଶୋର ସାହୁ ବିବରଣୀ ପଠନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭା ମଞ୍ଚରେ ନେଗୀ କୋଦଣ୍ଡ ସାହୁ, ବେହେରା ଜିତେନ୍ଦ୍ର ସାହୁ ଓ ସମାଜର ନର୍ଲା ବ୍ଲକ ସଭାପତି ରବିନ୍ଦ୍ରନାଥ ସାହୁ ମଞ୍ଚାସୀନ ରହିଥିଲେ । ସମାଜର ମ.ରାମପୁର ବ୍ଲକ ସଭାପତି ରୋମାଞ୍ଚଳ ସାହୁ, କର୍ଲାମୁଣ୍ଡା ବ୍ଲକ ସଭାପତି ଲକ୍ଷ୍ମୀ ପ୍ରସାଦ ସାହୁ, କେସିଙ୍ଗା ବ୍ଲକ ସଭାପତି ଚକ୍ରଧର ସାହୁ ଶତବାର୍ଷିକୀ ଉତ୍ସବ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। କବି କୁଳମଣି ସାହୁ ଓ ସୁଶ୍ରୀ ଲିପି ସାହୁ ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ସଂଚାଳନ କରିଥିଲେ ଦୁର୍ଗାପ୍ରସାଦ ସାହୁ । ହୃଷିକେଶ ସାହୁ ଓ ଜଗମୋହନ ସାହୁ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସେହିପରି ହୃଷିକେଶ ସାହୁ ଙ୍କ ସହଯୋଗୀତାରେ ସମାଜର ଝିଅ ମାନଙ୍କୁ ନେଇ ସାଂସ୍କୃତିକ କାର୍ୟ୍ଯ ଅନୁଷ୍ଠିତ ହୋଇଥିଲା ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ଜିଲ୍ଲା ସଭାପତି ନୀଳମଣି ସାହୁ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା ଯୋଗଦାନ କରି ସମାଜର ସଂସ୍କୃତି, ଐତିହ୍ୟ, ପରମ୍ପରା କୁ ରକ୍ଷାକରି ଶତବାର୍ଷିକୀ ଉତ୍ସବ ପାଳନ କରୁଛି ବୋଲି କହିବା ସହ ସମାଜର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ମତପୋଷଣ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଡାକ୍ତର ଦୀନବନ୍ଧୁ ସାହୁ, ସମ୍ମାନୀତ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ନମ୍ରତା ସାହୁ ଓ ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ଶ୍ୟାମସୁନ୍ଦର ସେନାପତି ମଞ୍ଚାସୀନ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୁପ୍ରା ମଣ୍ଡଳ ସଭାପତି ହୃଷିକେଶ ସାହୁଙ୍କ ସମେତ ରୁପ୍ରା ଓ ଭାଲୁକଟା ଗ୍ରାମ୍ୟ କମିଟି ସଭାପତି,ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ପୃଷେଟ,କାର୍ଜି,ପୁନିଆ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଜିଲ୍ଲା କମିଟି ଆଇନ ପରାମର୍ଶଦାତା ସତ୍ୟ ନାରାୟଣ ସାହୁ ମଞ୍ଚ ସଂଚାଳନ କରିଥିଲେ । ଜିଲ୍ଲା କମିଟି ଗଣମାଧ୍ୟମ ସଂଯୋଜକ ଗଜିନ୍ଦ୍ର ସାହୁ, ପ୍ରଦୀପ ସାହୁ, ଜିଲ୍ଲା ସଂପାଦକ ଉଜ୍ବଳ ସାହୁ, ଖୁସିରାମ ସାହୁ,ଟିକୁନୁ ସାହୁ, ରୋମାଞ୍ଚ ସାହୁ,ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ସାମ୍ବାଦିକତା କ୍ଷେତ୍ରରେ କେସିଙ୍ଗା ବ୍ଲକ ‘ପ୍ରମେୟ’ ପ୍ରତିନିଧି ଗଜିନ୍ଦ୍ର ସାହୁ, ସାମ୍ବାଦିକ ଶିବପ୍ରସାଦ ସାହୁ ଓ ପ୍ରଦୀପ ସାହୁଙ୍କୁ ଦେବର୍ଷି ନାରଦ ସମ୍ମାନ-୨୦୨୨ ରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଗତବର୍ଷ ଦଶମ ଶ୍ରେଣୀରେ ସର୍ବାଧିକ ମାର୍କ ରଖି କୃତିତ୍ୱ ହାସଲ କରିଥିବା ୪ ଜଣ ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମାଜସେବା କ୍ଷେତ୍ରରେ ମଧ୍ୟ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।

ଗତ ଶନିବାର ଅପରାହ୍ନରେ ରୁପ୍ରା ଗ୍ରାମର ଶତାଧିକ ମହିଳା ମାନଙ୍କୁ ନେଇ ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରତିଷ୍ଠା ହୋଇଥିବା ନବ ନିର୍ମିତ ମା’ ଙ୍କ ମନ୍ଦିର ପରିସରରୁ ଶତାଧିକ ମହିଳା ଏକତ୍ରିତ ହୋଇ ଏକ ବିରାଟ କଳସ ଶୋଭାଯାତ୍ରାରେ ସୁନାମୁହିଁ ସାଗରରୁ ଜଳ ନେଇ ପୂଜା ମଣ୍ଡପରେ ସ୍ଥାପନା କରିଥିଲେ। ମୁଖ୍ୟ ପୂଜକ ରମେଶ ଚନ୍ଦ୍ର ମିଶ୍ର ପୂଜନ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଚନ୍ଦ୍ରଧ୍ୱଜ ସାହୁ ଓ ତାଙ୍କ ଧର୍ମପତ୍ନୀ ନିବେଦିତା ପୂଜା କର୍ତ୍ତା ଭାବରେ ରହି ଦାଇତ୍ୱ ନିର୍ବାହନ କରିଥିଲେ । ଏଥିପାଇଁ ଶନିବାର ଦିନ ଅଧିବାସ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ସକାଳୁ ଚଣ୍ଡୀ ସମଲାଇଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ରତ୍ନମୁଦ ପଡିଥିଲା ଓ ସୋମବାର ଦିନ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ରବିବାର ଅପରାହ୍ନରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ୭ ତାରିଖ ବୁଧବାର ପର୍ଯ୍ୟନ୍ତ ନାମଯଜ୍ଞ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଗଜିନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଏହି ଅବସରରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ରୁପ୍ରା ଭାଲୁକଟା ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମାଜର ସମସ୍ତ ମହିଳା ଓ ପୁରୁଷ ତଥା ଯୁବଗୋଷ୍ଠୀ ସାମିଲ୍ ହୋଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଛନ୍ତି ।





