କଳାହାଣ୍ଡିର ଲିପସା ମହାରଣା ହେଲେ ‘ଭଏସ ଅଫ ୱେଷ୍ଟର୍ଣ୍ଣ ଓଡିଶା’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମ୍ବଲପୁର ସ୍ଥିତ ସମାଜ ସଭାକକ୍ଷଠାରେ ରଙ୍ଗୋଲି ଅନୁଷ୍ଠାନ ତରଫରୁ ‘ଭଏସ ଅଫ ୱେଷ୍ଟର୍ଣ୍ଣ ଓଡିଶା ୨୦୨୨’ର ୧୨ତମ ସସ୍କରଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ଲିପସା ମହାରଣା ବିଜୟୀ ହୋଇ ଚଳିତ ବର୍ଷର ଭଏସ ଅଫ ୱେଷ୍ଟର୍ଣ୍ଣ ଓଡିଶା ଟାଇଟଲ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କାର୍ଯ୍ୟକ୍ରମରେ ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, କଳାହାଣ୍ଡି ଓ ଝାରସୁଗୁଡା ଜିଲ୍ଲାର ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ପବିତ୍ର ତ୍ରିପାଠୀ ଉଦଘାଟନ କରିଥିଲେ। ତ୍ରିଲୋଚନ ତ୍ରିପାଠୀ, ସତ୍ୟନାରାୟଣ ତ୍ରିପାଠୀ, ଅର୍ପିତା ବେହେରା ଏହାକୁ ପରିଚାଳନା କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଏଲଆଇସିର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ବିଏଲ ଦାସ, ବରିଷ୍ଠ ଅଧିକାରୀ ଶରତ ପଣ୍ଡା ଏବଂ ସମାଜ ସେବୀ ମାଧବ ଡାଲମିଆ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଷ୍ଠାନ ସମ୍ପାଦକ ଭାଗିରଥି ସିଂ ଦେଓ ସୂଚନା ପ୍ରଦାନ କରିଥିଲେ। ବାଦ୍ୟ ଯନ୍ତ୍ରରେ ଦିବାକର ମହାନନ୍ଦ, କୃଷ୍ଣ ଚନ୍ଦ୍ର ବାଗ, ଦେବାଶିଷ ପାଢ଼ୀ, ଦୀପକ ମିଶ୍ର, ସୁବାଷ ଭୋଇ ପ୍ରମୂଖ ସହଯୋଗ କରିଥିଲେ। ଲିପସାଙ୍କ ଏଭଳି ସଫଳତାକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.