ଆଟବିକ ସଂସ୍କୃତିର ଏକନିଷ୍ଠ ପ୍ରଚାରକ ଦେବଗିରି

ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଉଦଜାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରାଚୀନ ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ତଥା ଧାର୍ମିକ ଓ ସାଂସ୍କୃତିକ କେନ୍ଦ୍ରସ୍ଥଳୀ ଭାବେ ଦେବଗିରି ସୁପରିଚିତ। ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ଗତିଶୀଳ ଦେବଗିରି ସଭ୍ୟତା କାଳର କରାଳ ଗ୍ରାସରେ ବିଳିନ ହେବାପରେ ସପ୍ତାଦଶ ଶତାବ୍ଦୀରୁ କଳାହାଣ୍ଡି ନାଗବଂଶୀ ମହାରାଜମାନଙ୍କ ଦ୍ବାରା ଦେବଗିରିର ପୁନଃରୁଦ୍ଧାର ହେଲା। ହଜାର ହଜାର ବର୍ଷ ପରେ ମଧ୍ୟ ଦେବଗିରି ଅଞ୍ଚଳରେ ଆଟବିକ ଓ ମହାକାନ୍ତାର ସଭ୍ୟତାର ପ୍ରାଚୀନ କଳା ସଂସ୍କୃତି ଅମଳିନ ଭାବେ ବଞ୍ଚିରହିଛି। ପ୍ରାଚୀନ ଆଟବିକ ରାଜ୍ୟର କଳା ସଂସ୍କୃତିର ଏକନିଷ୍ଠ ପ୍ରଚାରକ ଭାବେ ଦେବଗିରି ନିଜର ସାଧନା ଜାରି ରଖିଛି। ଅନେକ ଘାତ ପ୍ରତିଘାତ ମଧ୍ୟରେ ବି ଦେବଗିରିରେ ଫରଫର ହୋଇ ଉଡୁଛି ଆଟବିକ ରାଜ୍ୟର ବୈଜୟନ୍ତ ବାନା ବୋଲି ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବର ଉଦଜାପନି ସମାରୋହରେ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦରଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ୩୦ତମ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବର ଉଦଜାପନି ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗ ଦେଇଦେଇ ସାନ୍ଧ୍ୟ ଅଧିବେଶନକୁ ଉଦଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀଙ୍କ ପୌରୋହିତ୍ୟ ଆୟୋଜିତ ଉକ୍ତ ସମାରୋହରେ ବିଶିଷ୍ଟ ଅତିଥି ଭାବେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା, ସ୍ବତନ୍ତ୍ର ଅତିଥି ଭାବେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ସତପଥି, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପିଜି କାଉନସିଲ ଚେୟାରମେନ ମେଜର୍ ଡ. ଜୟଦେବ ସାହୁ, ସମ୍ମାନିତ ଅତିଥି ଭାବେ ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ବିଶିଷ୍ଟ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ସୁଧୀର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ପ୍ରଫେସର୍ ସଞ୍ଜୟ ଶତପଥୀଙ୍କୁ ଦେବଗିରି ସମ୍ମାନ, ଡିଲେଶ୍ବର ରଣାଙ୍କୁ ଦେବଗିରି ଯୁବ ସମ୍ମାନ, ଡ଼. ନୃପରାଜ ସାହୁଙ୍କୁ ଦେବଗିରି ସାହିତ୍ୟ ସମ୍ମାନ, ବିଜୟ ଦ୍ବିବେଦୀଙ୍କୁ ଦେବଗିରି ନାରଦ ସମ୍ମାନ, ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କୁ ଦେବଗିରି ନାଟ୍ୟ ସମ୍ମାନ, ସ୍ବାଧିନ ପାତ୍ରଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ, ଭୁବନେଶ୍ୱର ବାଗଙ୍କୁ ଦେବଗିରି ଲୋକକଳା ସମ୍ମାନ, ସଜ୍ଜନ ଅଗ୍ରୱାଲଙ୍କୁ ଦେବଗିରି ସେବା ସମ୍ମାନ, ସନ୍ତୋଷାନନ୍ଦ ନାୟକଙ୍କୁ ଦେବଗିରି କ୍ରିଡ଼ା ସମ୍ମାନ, ପ୍ରକାଶ ବାଗଙ୍କୁ ଦେବଗିରି ଶିଳ୍ପୀ ସମ୍ମାନ, କୁମୁଦ ନାଏକଙ୍କୁ ଦେବଗିରି ସମାଜସେବା ସମ୍ମାନ, ବୈଷ୍ଣବ ସାହୁଙ୍କୁ ଦେବଗିରି କୃଷି ସମ୍ମାନ, ଅଜିତ ପ୍ରଧାନଙ୍କୁ ଦେବଗିରି ଶିକ୍ଷା ସମ୍ମାନ ଓ ସାମ୍ବାଦିକ କୈଳାସ ସାହୁଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାକ୍ସିର ଘୁମୁରା, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ବନାବାଡି ଖେଳ ସମେତ ରାୟଗଡ଼ା, ସମ୍ବଲପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର ଆଦି ଜିଲ୍ଲାର ଅନେକ କଳାକାର ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନୃତ୍ୟ ଆସରର ସଂଯୋଜନା କରିଥିଲେ ପଶ୍ଚିମ ଓଡ଼ିଶାର ବିଖ୍ୟାତ ମଞ୍ଚ ପରିଚାଳକ ସୁଧିର ନାଏକ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.