ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଐଶ୍ୱର୍ଯ୍ୟ ଓ ସୈ।ଭାଗ୍ୟର ଅଧିଷ୍ଠାତ୍ରୀ ଦେବୀ ମହାଲକ୍ଷ୍ମୀଙ୍କ ପୂଜା ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ ଠାରେ ଅନୁଷ୍ଠିତ ହେଉଛି। ଗତ ମାର୍ଗଶୀର ଶୁକ୍ଲପକ୍ଷ ସପ୍ତମୀ ନଭେମ୍ବର ୩୦ରୁ ଚାଲିଥିବା ଏହି ମାଣବସା ଲକ୍ଷ୍ମୀପୂଜା ଡିସେମ୍ବର ୮ ତାରିଖରେ ପୂର୍ଣ୍ଣାହୁତି ସହ ସମାପନ ହେବ। ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତିରେ ୩୫ ବର୍ଷ ହେଲା ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇ ଆସୁଛି। ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ପ୍ରତକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପୂଜନୋତ୍ସବରେ କର୍ତ୍ତା ଭାବରେ ବିଜୟ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ପ୍ରଭା ଅଗ୍ରୱାଲ ଥିବାବେଳେ ପୂଜକ ଭାବରେ ବିଷ୍ଣୁ ଚରଣ ପଣ୍ଡା ଓ କିଶୋର ଚନ୍ଦ୍ର ନନ୍ଦ ଓ କୁନୁ ଖାଡଙ୍ଗା ଦାଇତ୍ୱ ନିର୍ବାହ କରୁଛନ୍ତି। ପ୍ରତ୍ୟହ ସନ୍ଧ୍ୟା ଆଳତୀ ସମୟରେ ପ୍ରବଳ ଭକ୍ତ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ମଧ୍ୟାହ୍ନ ସମୟରେ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ରହୁଥିବା ଜଣାପଡ଼ିଛି। ଦିନେଶ ଅଗ୍ରୱାଲ, ସୁଦୀପ୍ତ କୁମାର ସେଠୀଙ୍କ ସମେତ ପୂଜା କମିଟିର ଦେବରାଜ ମାଝୀ, ମିଟୁ ଡାକୁଆ, ଲାଲ୍ ଭୋଇ, ଗିରିଧାରୀ ଭୋଇ, କାଲୁ ଶର୍ମା, ଲାଲୁ କୋଟକ, ରାଜା ବନଛୋର, ବିଟୁ ରାଉତ, ସଞ୍ଜୟ ଭୋଇ, ସୁଜିତ ବନଛୋର ଏବଂ ରୁପ୍ରାରୋଡ଼ ଗ୍ରାମବାସୀ ପୂଜା ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି। ସାନ୍ଧ୍ୟ ଆଳତୀ ସମୟରେ ପ୍ରବଳ ଭକ୍ତ ସମାଗମ ଦୃଶ୍ୟମାନ ହେଉଛି। ପ୍ରତ୍ୟହ ମନୋରଞ୍ଜନର କାର୍ଯ୍ୟକ୍ରମ ସାଙ୍ଗକୁ ଭକ୍ତଙ୍କ ପାଇଁ ସାମୁହିକ ଅନ୍ନ ପ୍ରସାଦର ବ୍ୟବସ୍ଥା ରହୁଥିବା କମିଟି ସୂତ୍ରରୁ ଜଣାପଡ଼ିଛି।