୨୦୨୨ର ଏହି ପରାଜୟକୁ ଭୁଲି ପାରିବେନି ଭାରତୀୟ କ୍ରିକେଟପ୍ରେମୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୨୦୨୨ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ମିଶ୍ରିତ ଫଳ ଆଣିଛି । ଓଭରାଲ ଟିମ ଇଣ୍ଡିଆ ୬୭ ଆନ୍ତର୍ଜାତୀୟ ମ୍ୟାଚ ଖେଳି ୪୩ ବିଜୟ ହାସଲ କରିଛି । ପ୍ରଦର୍ଶନ ବିଚାରକୁ ନେଲେ ଏହା ଏତେଟା ଖରାପ ନୁହେଁ । ମାତ୍ର ୬ଟି ପରାଜୟକୁ ଭାରତୀୟ ପ୍ରଶଂସକ ଭୁଲି ପାରି ନାହାନ୍ତି ।

Omkar Vasthu
Omkar Vasthu

ଦକ୍ଷିଣ ଆଫ୍ରିକାଠାରୁ ସିରିଜ ପରାଜୟ: ଦକ୍ଷିଣ ଆଫ୍ରିକାରେ ଭାରତ ପ୍ରଥମ ଟେଷ୍ଟକୁ ୧୧୩ ରନରେ ଜିତି ସମସ୍ତଙ୍କୁ ଚକିତ କରି ଦେଇଥିଲା । ମାତ୍ର ଏହା ପରେ ଦକ୍ଷିଣ ଆଫ୍ରିକା କ୍ରମାଗତ ୨ଟି ବିଜୟ ସହ ସିରିଜକୁ ୨-୧ରେ ପୋଛି ନେଇଥିଲା । ଦିନିକିଆ ସିରିଜ ବି ଦକ୍ଷିଣ ଆଫ୍ରିକା ୩-୦ରେ ଜିତିଥିଲା ।

Pearl dental clinic
Near Ashish Medical Store, Bhawanipatna

ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ: ୨୦୨୧ ଇଂଲଣ୍ଡ ବିପକ୍ଷ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଥିଲା । ତେବେ ୨୦୨୨ରେ ଏହାର ଖେଳାଯିବାକୁ ଥିବା ବଳକା ମ୍ୟାଚରେ ଭାରତ ହାରିଯିବା ଫଳରେ ସିରିଜ ୨-୨ରେ ସମାନ ରହିଥିଲା ।

Udyog Nursery
Udyogi Nursery

ଏସିଆ କପ: ଏସିଆ କପ କ୍ରିକେଟରେ ଭାରତ ସୁପର ୪ରୁ ବାଦ ପଡିବା ପ୍ରଶଂସକଙ୍କୁ ବ୍ୟଥିତ କରିଥିଲା । ପାକିସ୍ତାନକୁ ପ୍ରଥମ ମ୍ୟାଚରେ ପରାଜିତ କରି ଭାରତୀୟ ଦଳ ବେଶ ବାହା ବାହା ଲୁଟିଥିଲା । ମାତ୍ର ସୁପର ୪ରେ ଶ୍ରୀଲଙ୍କାଠାରୁ ହାରି ଭାରତ ଫାଇନାଲ ଦୌଡରୁ ବାଦ ପଡିଥିଲା ।

୭ ବର୍ଷ ପରେ ବାଂଲାଦେଶଠାରୁ ହାରିଲା: ୭ ବର୍ଷ ପରେ ବାଂଲାଦେଶଠାରୁ ଦିନିକିଆରେ ଭାରତ ପରାଜିତ ହୋଇଥିଲା । ଲୋକେଶ ରାହୁଲଙ୍କ ୭୩ ରନ ବଳରେ ଭାରତ ୧୮୪ ରନ କରିଥିଲା । ବାଂଲାଦେଶ ୧୩୬ ରନରେ ୯ ୱିକେଟ ହରାଇ ବିପଦରେ ପଡିଥିଲା । ତେବେ ଶେଷ ୱିକେଟରେ ମେହଦୀ ହସନ ମିରାଜ ଓ ମୁସ୍ତାଫିଜୁର ରହେମାନ ୫୪ ରନ କରି ଭାରତକୁ ହରାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.