ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ଭୀମରାଓ ଅମ୍ବେଦକରଙ୍କ ୧୨୮ତମ ଜୟନ୍ତୀ ପାଳିତ

ରାୟଗଡ,୧୪/୪ : ଦେଶର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ଭୀମରାଓ ଅମ୍ବେଦକରଙ୍କ ୧୨୮ତମ ଜୟନ୍ତୀ ରାୟଗଡଠାରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ରବିବାର ସକାଳ ୮ଟାରୁ ଜୟନ୍ତୀ ପାଳନ ଉପଲକ୍ଷେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଛକଠାରେ ଏବଂ ରେଲି ସାହିରେ ଥିବା ଅମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦୀପଧୂପ ଦେଇ ଭକ୍ତିପୂତ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା ।

ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୁଇଟି ସ୍ଥାନରେ ଥିବା ଅମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଦେଶର ସମ୍ବିଧାନ ଗଠନରେ ଓ ଦଳିତ, ଅସହାୟ ନିରୀହ ଗରିବ ଲୋକଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପାଇବା ଦିଗରେ ଅମ୍ବେଦକରଙ୍କ ମହାନ ଲକ୍ଷ୍ୟର ପ୍ରଚେଷ୍ଟା ଯୋଗୁଁ ଆଜି ଦେଶ ଏକଜୁଟ୍ ହୋଇପାରିଛି ବୋଲି କହିଥିଲେ ।

 

ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ରାଜନୀତି ସମୀକ୍ଷକ ଡ. ଦୁଷ୍ମନ୍ତ କୁୁମାର ମହାନ୍ତି, ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୂର୍ଯ୍ୟନାରୟଣ ତ୍ରିପାଠୀ, ମକରନ୍ଦ ମୁଦୁଲି, ଜିଲ୍ଳା ସୂଚନା ଓ ଲୋକସଂର୍ପକ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସେବାସ୍ତମ୍ଭର ସଂସ୍ଥାର ସଂପାଦକ ବି. କାନ୍ତାରାଓଙ୍କ ସମେତ ବାମସେଫ ଏବଂ ଅଲ୍ ଇଣ୍ଡିଆ ରେଲୱ ଜାତି ଓ ଜନଜାତି ଏମ୍ପୋଇଜ୍ ଆସୋସିଏସନ, ରାୟଗଡ ଶାଖାର ସଭାପତି ଜନାର୍ଦ୍ଧନ ଗରଡା, ମୁକୁନ୍ଦ ମହାନନ୍ଦିଆ, ଉପେନ୍ଦ୍ରେ ହିଆଲ, ଏଲ.ବି.ଦୁରିଆ, କୈଳାଶ ନାଚିକା, ଆର.ଜେମସ୍, ଦୋରା କଣ୍ଡାଗରୀଙ୍କ ସମେତ ରେଲିସାହିର ଅମ୍ବେଦକର କଲ୍ୟାଣ ସମିତିର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।

ସେହିପରି ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଳା ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଡ. ଭୀମରାଓ ଅମ୍ବେଦକରଙ୍କ ୧୨୮ତମ ଜୟନ୍ତୀ ପାଳନ ଅବସରରେ ଅମ୍ବେଦକରଙ୍କ ଆଦର୍ଶ, ଲକ୍ଷ୍ୟ ଓ ଜୀବନ କାହାଣୀ ସମ୍ବନ୍ଧୀୟ ଜିଲ୍ଳାସ୍ତରୀୟ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପଧ୍ୟାପକ ତଥା ରାଜନୀତି ସମୀକ୍ଷକ ଡ. ଦୁଷ୍ମନ୍ତ କୁୁମାର ମହାନ୍ତି, ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୂର୍ଯ୍ୟନାରୟଣ ତ୍ରିପାଠୀ, ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସୂଚନା ଓ ଲୋକସଂପର୍କ ବିଭାଗର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ଜଳନ୍ଧର ପୁଶିକା ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.