ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଶାନ୍ତନୁ ମିଶ୍ରଙ୍କ ନେତୃତ୍ୱରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଭୁବନେଶ୍ୱରଙ୍କ ନିଷ୍ପତି କ୍ରମେ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ପ୍ରତି ଦକ୍ଷତା ବୃଦ୍ଧି କରିବା ପାଇଁ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଶିଶୁମନ୍ଦିର ପରିଚାଳନା କମିଟିର ସଭାପତି ପ୍ରେମାନନ୍ଦ ସାହୁ, ସଂପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ହିରାମଣୀ ଭୋଇ ଯୋଗ ଦେଇ କ୍ରିଡ଼ା ଉତ୍ସବର ଶୁଭ ଉଦଘାଟନ କରିବାସହ ଛାତ୍ରଛାତ୍ରୀମାନେ କ୍ରୀଡାରେ ଦକ୍ଷତା ହାସଲ ପାଇଁ କିଛି ଦର୍ଶନ କରିଥିଲେ। ଏହି କ୍ରୀଡା ପ୍ରତି ଯୋଗୀତାରେ ଶିଶୁମନ୍ଦିରର ଛାତ୍ରଛାତ୍ରୀ ୫୦ମି., ୧୦୦ମି.ଦୌଡ଼, ବେଙ୍ଗ ଦୌଡ଼,ଲମ୍ବା ଡିଆଁ, ଉଚ୍ଚ ଡିଆଁ, ସଟପୁଟ, ଡିସ୍କସ, ମ୍ୟୁଜିକ ଚେୟାର, ଆଲୁଚାମଚ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଯେଉଁ ଛାତ୍ରଛାତ୍ରୀ ୧ମ, ୨ୟ, ୩ୟ ସ୍ଥାନ ପାଇବେ ସେମାନେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ। କାର୍ଯ୍ୟକ୍ରମରେ ଅତିଥି ଭାବେ କର୍ଲାମୁଣ୍ଡା ସରପଞ୍ଚ ସୂର୍ଣଲତା ସାହୁ, କର୍ଲାମୁଣ୍ଡା ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟ ସୁରେଶ ଚୌଧୁରୀ, କର୍ଲାମୁଣ୍ଡା ପଞ୍ଚାୟତ ସମିତି ଅଧକ୍ଷ୍ୟା କୁନୀ ସାହୁ, ଶିଶୁ ମନ୍ଦିର ସଭାପତି ପ୍ରେମାନନ୍ଦ ସାହୁ ପ୍ରମୁଖ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ।





