ମଧ୍ୟାହ୍ନ ଭୋଜନର ଅଣ୍ଡା ଖୋଳପା କାଢୁଛନ୍ତି ଛାତ୍ର, ଭିଡିଓ ଭାଇରଲ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆମ ଶିକ୍ଷାବ୍ୟବସ୍ଥାର ଏକ ବିକଳ ଚିତ୍ର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ସାମ୍ନାକୁ ଆସିଛି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଅଣ୍ଡାର ଖୋଳପା କାଢୁଛନ୍ତି ଛାତ୍ର। ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡିଓଟି କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ତୁନଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଛି।  ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଯେ’ ବିଦ୍ୟାଳୟର କିଛି ଛାତ୍ର ମଧ୍ୟାହ୍ନ ଭୋଜନ ପାଇଁ ଅଣ୍ଡା ଖୋଲପା ଛଡାଉଥିବା ଦୃଶ୍ୟ।

ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ନିମନ୍ତେ ସରକାର ବିଦ୍ୟାଳୟରେ ସ୍ଵତନ୍ତ୍ର ଭାବେ ପାଚୀକା ନିୟୋଜିତ ହୋଇଛନ୍ତି। ମଧ୍ୟାହ୍ନ ଭୋଜନ ରୋଷେଇ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଭୋଜନ ପରଷିବା ତାଙ୍କ କାମ। ହେଲେ ପାଚୀକା ଯେଉଁ କାମ କରିବା କଥା ତାହା ଛାତ୍ରମାନେ କରୁଥିବା ଦେଖିବାକୁ ମିଳିଛି। ତେବେ କେଉଁ ପରିସ୍ଥିତିରେ ଛାତ୍ରମାନେ ମଧ୍ୟାହ୍ନ ଭୋଜନ ପାଇଁ ଅଣ୍ଡା ଛଡାଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ପ୍ରଶ୍ନ‌‌‌ ଉଠେ ଯେ’ ଛାତ୍ର ମାନଙ୍କୁ ପାଚୀକା କାମରେ ଲଗାଯାଇଛି କି ?  ଯଦି ଶିକ୍ଷକ ଛାତ୍ରଙ୍କୁ ଏହି କାମରେ ଲଗାଇ ନାହାନ୍ତି ତେବେ, ଜାଣିପରିଲେ ନାହିଁ କେମିତି? ସ୍କୁଲକୁ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିବା ପାଇଁ ଆସୁଥିବା ବେଳେ କାହିଁକି ମଧ୍ୟାହ୍ନ ଭୋଜନ କାର୍ଯ୍ୟରେ ନିୟୋଜିତ କରାଯାଉଛି ତାହା ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଭାଇରାଲ ହେଉଥିବା ଭିଡିଓକୁ ତଦନ୍ତ କରି ସଂପୃକ୍ତ ଶିକ୍ଷକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବୀ ହୋଇଛି। ତେବେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏନେଇ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ବାଗଙ୍କ ପ୍ରତିକ୍ରିୟା ନେବାରୁ ତଦନ୍ତ କଲାପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.