ଜାନୁଆରୀ ୩ରୁ ୧୩ ପର୍ଯ୍ୟନ୍ତ ବିଶ୍ୱନାଥପୁର ଧନୁଯାତ୍ରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ଧନୁଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁଆରୀ ୩ ତାରିଖରେ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଏହା ୧୩ ତାରିଖ ଯାଏଁ ଚାଲିବ। ଦୀର୍ଘ ଦଶ ଦିନ ଧରି କଂସଦରବାର ସହ ଅପେରା, ମିନାବାଜାରର ମଜା ନେବେ ଦର୍ଶକ। ତେବେ ଆଜି ଏଥିରେ ପୁରୁଣା କମିଟିକୁ ଭାଙ୍ଗି ନୂତନ କମିଟି ଚୟନ କରାଯାଇଛି। ଏଠାରେ ପୂର୍ବରୁ ପାଞ୍ଚ ବର୍ଷ ଧନୁଯାତ୍ରା ହୋଇଥିବାବେଳେ ମହାମାରୀ କୋରୋନା ଯୋଗୁଁ ଦୁଇ ବର୍ଷ ଯାତ୍ରା ହୋଇ ପାରିନଥିଲା। ତେବେ ଏବର୍ଷକୁ ଯୋଡ଼ିଲେ ଷଷ୍ଠ ବର୍ଷରେ ପଦାର୍ପଣ କରିବ ବିଶ୍ୱନାଥପୁର ଧନୁଯାତ୍ରା। ଏହି ବୈଠକରେ ସ୍ଥାନୀୟ ବୁଦ୍ଧିଜୀବୀ, ବଣିକ ସଂଘ ଏବଂ ବିଭିନ୍ନ ସଂଗଠନର କର୍ମକର୍ତା ଯୋଗଦେଇ ଯାତ୍ରା କିପରି ଭାବେ ସୁରୁଖୁରୁରେ ସମ୍ପାଦନ ହେବ ସେ ଉପରେ ଆଲୋଚନା କରିଥିଲେ। ଏହି ନୂତନ କମିଟିରେ ସଭାପତି ଭାବେ ସଂଜୀବ କୁମାର ନାୟକ, ଉପସଭାପତି ଅଚ୍ୟୁତ ଘଡେଇ, ସମ୍ପାଦକ ଅନନ୍ତରାମ ପ୍ରଧାନୀ, ସହସମ୍ପାଦକ ଧବଳେଶ୍ୱର ଠେଲା, କୋଷାଧ୍ୟକ୍ଷ ମନୋରଞ୍ଜନ ବିଶି, ସହ କୋଷାଧ୍ୟକ୍ଷ ମୀନକେତନ ଦଳେଇ, ଉପଦେଷ୍ଟା ଭାବେ ପ୍ରଦୀପ ଘଡ଼େଇ, ସନ୍ତୋଷ କୁମାର ତୁଳ, ତରୁଣ କୁମାର ଦାସ, ରଘୁବୀର ନାଗ, ଜଗଦୀଶ ବେନିଆ, ଲଷ୍ମୀଧର ସନ୍ତୋଷରାଏ, ବଳରାମ ବେହେରା, ସୁରଥ ମାଝୀ, ଅଜିତ ପ୍ରଧାନୀ, ଘନଶ୍ୟାମ ସୁନା, ମନହର ହରପାଲ, କୁରୁକ୍ଷେତ୍ର ଧଙ୍ଗଡାମାଝୀ, ବନ ଦଳେଇ ପ୍ରମୁଖଙ୍କୁ କମିଟିରେ ଚୟନ କରାଯାଇଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.