ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ କଳାହାଣ୍ଡିର ସଫଳତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ବାଲେଶ୍ଵରଠାରେ ମାଷ୍ଟର୍ସ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହେଶ କୁକ୍ରେଜା ୪୫ରୁ ଉର୍ଦ୍ଧ୍ବ ଓ ୫୦ରୁ ଉର୍ଦ୍ଧ୍ଵ ଯୁଗଳରେ ଚାମ୍ପିଅନ୍, ଗୌରୀଶଙ୍କର ବିଶି ୫୫ରୁ ଉର୍ଦ୍ଧ୍ବ ଯୁଗଳରେ ଚାମ୍ପିଅନ୍ ଓ ସମୀର ସାହୁ ୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗିତାରେ ରନର୍ସଅପ୍ ହୋଇ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେରେ କଳାହାଣ୍ଡିର ଭେଟେରାନ ଖେଳାଳୀଙ୍କ କୃତିତ୍ୱ ଜୁନିୟର ଖେଳାଳୀଙ୍କ ପାଇଁ ଉତ୍ସାହ ପ୍ରଦାନ କରିବ ବୋଲି ଜିଲ୍ଲା ସଂଘର ସଭାପତି ପ୍ରଦୀପ ଦାସ ମତବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ କଳାହାଣ୍ଡିର ଧର୍ମଗଡ଼, କେସିଙ୍ଗା, ନର୍ଲା ଓ ମଦନପୁର ରାମପୁର ଠାରେ ଇନଡୋର ନିର୍ମାଣ କାର୍ଯ୍ୟ ଚାଲୁଛି।ଭବାନୀପାଟଣା ଓ ଜୁନାଗଡ଼ ଠାରେ ରାଜ୍ୟ ସରକାର ଦ୍ୱାରା ଦୁଇଟି ଜାତୀୟ ସ୍ତରର ଇନଡୋର ବ୍ୟବସ୍ଥା ହୋଇଛି। ଆଗାମୀ ଦିନମାନଙ୍କରେ ଜିଲ୍ଲାରୁ ଅଧିକରୁ ଅଧିକ କୁନି ଖେଳାଳୀ କିଭଳି ଭଲ ଖେଳ ପ୍ରଦର୍ଶନ କରିବେ, ସେଥିପ୍ରତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂଘ ମିଳିତ ଭାବେ ଚେଷ୍ଟା କରିବ ବୋଲି ସଂଘର କର୍ମକର୍ତ୍ତା ମତ ବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.