ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଳନ ପାଇଁ ବିଭିନ୍ନ କମିଟିର ପ୍ରସ୍ତୁତି ବୈଠକ

ଉତ୍ସବ ପାଇଁ ଉନ୍ମୋଚିତ ହେଲା ପ୍ରଚାର ପ୍ରସାର କମିଟି ପକ୍ଷରୁ ଲୋଗୋ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ଧର୍ମଗଡ ବ୍ଲକ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଉତ୍ସବ କମିଟି, ଗ୍ରାଉଣ୍ଡ ମ୍ୟାନେଜମେଣ୍ଟ କମିଟି, ମଞ୍ଚ ପ୍ରସ୍ତୁତି କମିଟି ଓ ପ୍ରଣାମ କଳାହାଣ୍ଡି  କମିଟିର  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ବିଡିଓ ଶରତ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ତହସିଲଦାର ହରେକୃଷ୍ଣ ବରିହା, ସହ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକ, ଗ୍ରାଉଣ୍ଡ ମ୍ୟାନେଜମେଣ୍ଟ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ମୁନି, ମଞ୍ଚ ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ହଳଧର ନିଆଲ, ପ୍ରଣାମ କଳାହାଣ୍ଡିର ଅଧ୍ୟକ୍ଷ ବିଦ୍ୟାଧର ସାହୁ, ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲଙ୍କ ସମେତ ହୃଷିକେଶ ମିଶ୍ର, ବୈଦ୍ୟନାଥ ବେହେରା, ଇଙ୍ଗିତ କୁମାର ପଣ୍ଡା, ଲିଙ୍ଗରାଜ ପାତ୍ର, ଗୋବିନ୍ଦ ଚନ୍ଦ୍ର ସାହୁ, ରାଜେନ୍ଦ୍ର ମୁନି, ମାଧବ ଲହଜଲ, ଶ୍ରବଣ କୁମାର ଅଗ୍ରୱାଲ, ବିକାଶ ଭାରତୀ ସାହୁ, ସଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ରହି  ଉତ୍ସବ ସଂପର୍କିତ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରଚାର ପ୍ରସାର କମିଟି ପକ୍ଷରୁ କଳାହାଣ୍ଡି ଉତ୍ସବର ଲୋଗୋ ଉନ୍ମୋଚନ ହୋଇଥିଲା। ଶେଷରେ ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.