ଘଣ୍ଟମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ମଙ୍ଗଳବାର ସକାଳ ୧୦ ଘଣ୍ଟା ସମୟରେ ଘଣ୍ଟମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି। ଏଥୁରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ସହକାରୀ ଶିକ୍ଷାଧିକାରୀ ସୂର୍ଯ୍ୟଦେବ ବାଗ ଏବଂ ସ୍ଥାନୀୟ ସରପଞ୍ଚ ଦେବେନ୍ଦ୍ର ସା ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ଷଢଙ୍ଗୀଙ୍କ ଅଧ୍ୟକ୍ଷତରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସଦସ୍ୟ ମାନେ ଶୋଭାଯାତ୍ରାରେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ମଶାଲ ଯାତ୍ରାରେ ବିଦ୍ୟାଳୟକୁ ଆସିଥିଲେ।

ପରେ ଅତିଥିମାନେ ଶ୍ରୀ ଗଜାନନଙ୍କର ପୂଜାର୍ଚ୍ଚନା ପୂର୍ବକ ବାର୍ଷିକ କ୍ରୀଡାକୁ ଉଦଘାଟନ କରିଥିଲେ। ଖେଳ ପରିଚାଳନା
କରିବାରେ କେଶପଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିଅର୍ଜ୍ଜୁନ ସିଂ ଏବଂ ଘଣ୍ଟମାଲ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅମ୍ବିକା ପଣ୍ଡା, ରେଖା ଖେତାନ, ଗୁଣ୍ଡିଚା ରାଣୀ ବାଡତ୍ୟା ଏବଂ ଜୟଶ୍ରୀ ଗୋଚ୍ଛାୟତ ତଥା ପାଚିକା ଦ୍ବୟ ସହଯୋଗ କରିଥିଲେ।‌ ଶେଷରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ପ୍ରଧାନଶିକ୍ଷକ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇ କ୍ରୀଡା ପ୍ରତିଯୋଗିତାକୁ ଉଦଯାପନ ଘୋଷଣା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.