ମରାମତି ହେଲା ଅଚଳ ସୌରଚାଳିତ ପାଣି ଟାଙ୍କି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ସଦର ମହକୁମା ପଞ୍ଚାୟତର ଡଙ୍ଗରୀପଡା ଠାରେ ଥିବା ସୌରଚାଳିତ ଜଳ ପ୍ରକଳ୍ପ ଦିର୍ଘ ଦିନରୁ ଅଚଳ ହୋଇଥିଲା। ଏନେଇ ପଡାବାସୀଙ୍କ ଅଭିଯୋଗ ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେଇଥିଲା। ତେବେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ତୁରନ୍ତ ସମସ୍ୟାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନେଇ ଅଚଳ ସୌରଚାଳିତ ଜଳ ପ୍ରକଳ୍ପ କୁ ମରାମତି କରାଯାଇଛି । ମରାମତି ହେବା ପରେ ପଡାବାସୀ ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ପ୍ରକାଶ ଯେ’ ଡ଼ଙ୍ଗରୀପଡାରେ ଥିବା ସୋଲାର ପାଣି ଟାଙ୍କି ଦୀର୍ଘ ୩ ମାସରୁ ଉର୍ଦ୍ଧ୍ବ ହେବ ଅଚଳ ହୋଇ ରହିଥିଲା। ଏନେଇ ବିଭିନ୍ନ ସମୟରେ ପଡାବାସୀ ସମସ୍ୟା ବିଷୟରେ ପଞ୍ଚାୟତ କତୃପକ୍ଷ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇ ଥିଲେ ମଧ୍ୟ କୈାଣସି ଲାଭ ହୋଇ ନଥିଲା। ଫଳରେ ପଡାବାସୀ ବିଶୁଦ୍ଧ ପାନୀୟ ଜଳ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.