ଓଡିଶା ପତ୍ରକାର ସଂଘର ୧୩ତମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ସମ୍ବାଦ ପତ୍ର ତଥା ସାମ୍ବାଦିକ ଚାହିଁଲେ ସମାଜର ଅନେକ କିଛି ପରିବର୍ତନ ହୋଇପାରିବ । ମହାତ୍ମାଗାନ୍ଧି ସାମ୍ବାଦିକତା ମାଧ୍ୟମରେ ଦେଶବାସିଙ୍କୁ ଏକାଠି କରିବାରେ ସକ୍ଷମ ହୋଇଥିଲେ । ଗଣତନ୍ତ୍ର ପ୍ରତି ଦୃଷ୍ଟି ଦେଇ ଗଣମାଧ୍ୟମର ପ୍ରତିନିଧି କାର୍ଯ୍ୟକରିବା ଆବଶ୍ୟକ । ଏହା ଦ୍ୱାରା ଅବହେଳିତ ଲୋକେ ନ୍ୟାୟ ପାଇ ପାରିବେ ବୋଲି ପୁର୍ବତନ ଉପବାଚସ୍ପତି ତଥା କୃଷି ଓ କୃଷକ କଲ୍ୟାଣ ବିଭାଗ ଉପଦେଷ୍ଟା ଡ. ରାମଚନ୍ଦ୍ର ପଣ୍ଡା ମତ ବ୍ୟକ୍ତ କରିଛନ୍ତି । ରବିବାର ରାୟଗଡା ସ୍ଥିତ ଲାୟନ୍ସ କ୍ଲବ ସମ୍ମିଳନୀ କକ୍ଷରେ ଓଡିଶା ପତ୍ରକାର ସଂଘର ୧୩ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ. ପଣ୍ଡା କହିଥିଲେ ଯେ ସାମ୍ବାଦିକ ମାନେ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରୁଛନ୍ତି । ଅନେକ କ୍ଷେତ୍ରରେ ସେମାନେ ଅବହେଳିତ ହେବା ସହ ସଠିକ ଖବର ପରିବେଷଣ କରି ରୋଷର ଶିକାର ହେଉଛନ୍ତି । ସେମାନଙ୍କ ସୁରକ୍ଷା ଲାଗି ସରକାର ଚିନ୍ତା କରୁଥିବା ବେଳେ ସ୍ୱାସ୍ଥ୍ୟ ବିମା ୨ ଲକ୍ଷରୁ ୫ ଲକ୍ଷ କରିବା ଲାଗି ବିଚାର ବିମର୍ଷ ଚାଲିଛି । ତେବେ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବିମାରାଶି ୫ ଲକ୍ଷ କରିବା ପାଇଁ ମୁ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ଡ.ପଣ୍ଡା କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଙ୍ଘର ରାଜ୍ୟ ସଭାପତି ଶ୍ରୀ ଅବିନାଶ ମିଶ୍ରଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ସାଧାରଣ ସଂପାଦକ ରାମଦାସ ଲିମା ସ୍ୱାଗତ ଭାଷଣ ସହିତ ସଂପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ଦାଶ ଯୋଗଦେଇ ସଂବାଦପତ୍ର କୁ ଶିଲ୍ପ ମାନ୍ୟତା ପ୍ରଦାନ ସହ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବିମା ରାଶି ୫ ଲକ୍ଷ ଟଙ୍କା କରିବାକୁ ଦାବି କରିଥିଲେ । ସମ୍ମାନିତ ଅତିଥି ଭାବେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗ ଦେଇ ସାମ୍ବାଦିକ ମାନେ ସମୁହ ସ୍ୱାର୍ଥକୁ ଗୁରୁତ୍ୱ ଦେବା ସହ ସତ୍ୟ ଓ ତଥ୍ୟ ଭିତିକ ସମ୍ବାଦ ପରିବେଷଣ କଲେ ସମାଜର ଉନ୍ନତି ହେବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଲୋକଙ୍କ ମୌଳିକ ଅଧିକାର ସମ୍ବାଦ ପତ୍ରରେ ସ୍ଥାନ ଦେବା ସହିତ ସରକାରଙ୍କ ବିକାଶ କାର୍ଯ୍ୟ ଓ ଯୋଜନା ସମ୍ବାଦ ପତ୍ରରେ ସ୍ଥାନିତ କରିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ କହି ଥିଲେ ଯେ ନେତୃତ୍ୱ ସୁଦୃଢ ହେଲେ ସଂଘଟନ ଆଗକୁ ବଢିବ ।
ସାମ୍ବାଦିକ ବ୍ୟକ୍ତି କେନ୍ଦ୍ରିତ ଖବର ପରିବେଷଣ ନକରି ସାମୁହିକ କାର୍ଯ୍ୟ ଲାଗି ଆଗକୁ ବଢିବା ଉଚିତ ।

Udyog Nursery
Udyogi Nursery


ସଙ୍ଘର ରାଜ୍ୟ ଉପସଭାପତି ହର ପ୍ରସାଦ ଦାସଙ୍କ ସଂଯୋଜନାରେ ଅନୁଷ୍ଟିତ ସଭାରେ ସଭାପତି ଶ୍ରୀ ମିଶ୍ର ସାମ୍ବାଦିକ ଙ୍କ ବିଭିନ୍ନ ଅଭାବ ଅସୁବିଧା ଓ ସମସ୍ୟା ଉପରେ ଆଲୋକ ପାତ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସାମ୍ବାଦିକ, ପ୍ରଶାସକ ଓ ଶିକ୍ଷାବିତଙ୍କୁ ସମ୍ମାନିତ କରାଯାଇଥିଲା । ମଞ୍ଚରେ ରାୟଗଡା ଜିଲ୍ଲା ସଭାପତି ରଘୁନାଥ ଖାମ୍ବା ମଞ୍ଚାସିନ ଥିଲେ । ଶେଷରେ ରାଜ୍ୟ ଉପସଭାପତି ଶୁରେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମ୍ବାଦିକ ଯୋଗଦେଇ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.