ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ପ୍ରସଙ୍ଗ: ହତ୍ୟା ଅଭିଯୋଗ ଆଣି କେଗାଁ ଥାନାରେ ଲିଖିତ ଅଭିଯୋଗ ଦେଲେ ତାଙ୍କ ସ୍ତ୍ରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହଲିଙ୍ଗ ଗାଁର ବହୁଚର୍ଚ୍ଚିତ ସନ୍ ସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ପଡ଼ିଲା ଯବନିକା । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି କଣ୍ଟାବାଞ୍ଜି ଜେଲ ଭିତରେ ଆତ୍ମହତ୍ୟା କିରିଛନ୍ତି । ଅପରପକ୍ଷରେ ଏହା ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଛି ବୋଲି କେଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ସୁଷମା ସାହୁ । ଆଜି ତାଙ୍କ ଭାଇ ଓ କିଛି ସମ୍ପର୍କିୟ ତାଙ୍କ ଘରକୁ ଆସିବା ପରେ ଅପରାହ୍ନ ସମୟରେ କେଗାଁ ଥାନାକୁ ଆସି ଲିଖିତ ଅଭିଯୋଗ ଦେଇଛନ୍ତି । ଅଭିଯୋଗ ଦେବା ସମୟରେ ସଦର ଏସଡିପିଓ ସୁନାରାମ ହେମରମ ଓ ଥାନ ଆଇଆଇସି ପ୍ରଶାନ୍ତ କୁମାର କୋଲାହାରାସ ମଧ୍ୟ ଉପସ୍ଥିତ ଥିଲେ । ସେ ତାଙ୍କ ସ୍ୱାମୀଙ୍କ ସହିତ ଗତକାଲି ଅର୍ଥାତ ୧୯ ତାରିଖ ଦିନ କଥା ହୋଇଥିଲେସେ ସମ୍ପୁର୍ଣ୍ଣ ସୁସ୍ଥ ଥିଲେ କୌଣସି ଚାପ କିମ୍ବା ଚିନ୍ତାରେ ମଧ୍ୟ ନଥିଲେ । ସେ ଜଣେ ଦୃଢ ମନବ୍ୟନ୍ତିୁ ଥିଲେ ସେ କାହିଁକି ଆତ୍ମ ହତ୍ୟା କରିବେ ବୋଲି କହିଥିବା ବେଳେ ତାଙ୍କ ସ୍ତ୍ରୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ମମିତା ମେହେର ହତ୍ୟା ଘଟଣାରେ ତାଙ୍କ ସ୍ୱାମୀଙ୍କ କୌଣସି ସଂପର୍କ ନାହିଁ ତାଙ୍କ ସ୍ୱାମୀଙ୍କ ଫସାଇ ଦିଆଯାଇଛି । ସେ ଷଡଯନ୍ତ୍ରର ଶିକାର ହୋଇଛନ୍ତି । ପୋଲିସ ତାଙ୍କୁ ମିଥ୍ୟା ମକଦ୍ଦମା କରି ଗିରଫ କରି ଚାର୍ଜସିଟ ଦାଖଲ କରିଛି । ଏହି କେସର ବିଧିବଦ୍ଧ ତଦନ୍ତ ହୋଇନାହିଁ କି ପ୍ରକୃତ ହତ୍ୟାକାତୀଙ୍କୁ ଧାରାଯାଇ ପାରିନାହିଁ । ଗତ ଜୁନମାସରେ ଗୋବିନ୍ଦ ସାହୁ ବେଲର ଆସିଥିଲେ ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ । ସେ ନିର୍ଦ୍ଧୋଷ ବୋଲି କହିଥିଲେ । ସେ ଯଥାଶିଘ୍ର ଖଲାସ ହୋଇଯିବେ ବୋଲି ତାଙ୍କ ସ୍ତ୍ରୀଙ୍କୁ କହିଥିବା ବେଳେ ସେ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିବେ ତାଙ୍କୁ ହତ୍ୟା କରାଯାଇଛି ଏହି ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ ଦାବୀ କରିଛନ୍ତି ତାଙ୍କ ସ୍ତ୍ରୀ ସୁଷମା ସାହୁ ।

Omkar Vasthu
Omkar Vasthu

ଏଠାରେ ସୂଚନାଯୋଗ୍ୟ ଯେ ଗତ ବର୍ଷ ୨୦୨୧ଅକ୍ଟୋବର ମାସ ୮ତାରିଖ ରେ ମମିତା ମେହେର ନିଖୋଜ ଥିବା ବେଳେ ଗତ ଅକ୍ଟୋବର ୧୯ ତାରିଖରେ ମହାଲିଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ନିର୍ମାଣଧିନ ମିନି ଷ୍ଟାଡିୟମ୍ ପରିସରରୁ ପୋଡ଼ା ହୋଇ ଥିବା ମୃତ ଦେହର ଅଂଶ ମିଳିଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ଡ଼୍ରାଇଭର ରାଧେ ଶ୍ୟାମ ଚଣ୍ଡୀ ଗିରଫ ହୋଇ କଣ୍ଟାବାଞ୍ଜି ଜେଲରେ ଥିଲେ । ଆଜି ସେ ଆତ୍ମହତ୍ୟା କରିଥିବା ଖବର ପରିବାର ପାଇ ଥିବା ବେଳେ ତାଙ୍କ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା । ଗୋବିନ୍ଦ ସାହୁଙ୍କ ତିନି ଝିଅ ଓ ଗୋଟିଏ ପୁଅ ଥିବାବେଳେ ବଡ ଝିଅ ଲିପି ସାହୁ (୨୪) ଓ ମଝିଆ ଝିଅ ଲିସା ସାହୁ (୨୧) ବେଙ୍ଗାଲୁରୁରେ ବେସରକାରି ସଂସ୍ଥାରେ ଚାକିରି କରୁଥିବା ବେଳେ ସାନ ଝିଅ ଲିଜା ସାହୁ (୧୯) ଭୁବନେଶ୍ୱରେ ପାଠପଢନ୍ତି ଓ ଏକମାତ୍ର ପୁଅ ଚିନୁ ସାହୁ (୧୬) ମଧ୍ୟ ଭୁବନେଶ୍ୱରେ ପାଠ ପଢୁଥିବା ବେଳେ ବର୍ତ୍ତମାନ ଘରକୁ ଆସିଥିଲେ । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଦୁଇ ଅଭିଯୁକ୍ତ ଥିବା ବେଳେ ଗୋବିନ୍ଦ ସାହୁ ମୁଖ୍ୟ ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି । ବର୍ତ୍ତମାନ ଅନ୍ୟ ଏକ ଅଭିଯୁକ୍ତ ଗୋବିନ୍ଦର ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଜେଲର ଅଛି । ଗୋବିନ୍ଦଙ୍କ ଆତ୍ମହତ୍ୟାକୁ ପରିବାର ଲୋକେ ହତ୍ୟା କହୁଥିବା ବେଳେ ଆଗାମୀ ଦିନରେ ପୋଲିସ ଏହି ସବୁ ଘଟଣାକୁ କିପରି ତଦନ୍ତ କରିବ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.