ମାଣ୍ଡେଲ ୟୁପି ସ୍କୁଲର ବାର୍ଷିକ ଉତ୍ସବ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦୁର୍ଗାଚରଣ ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ତହସିଲଦାର ଶଙ୍କର ବାଗ ଯୋଗଦେଇ ସମାରୋହର ଶୁଭ ଉଦଘାଟନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ସହକାରୀ ଶିକ୍ଷାଧିକାରୀ ସୂର୍ଯ୍ୟଦେବ ବାଗ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ନର୍ଲା ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ସୁଦାମ ଧରୁଆ, ସିଆରସିସି ଦେବୀସୁଧା ଦୋରା ପ୍ରମୁଖ ମଞ୍ଚାସୀନ ଥିବାବେଳେ ମୁଖ୍ୟ ବକ୍ତା ଭାବରେ ପୂଜିପଦରର ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣ ଚନ୍ଦ୍ର ନାଏକ ଯୋଗଦାନ କରି ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।

Udyog Nursery
Udyogi Nursery

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଅଚ୍ୟୁତ ବାରିକ ଏବଂ ବିଦ୍ୟାଳୟର ଶିକ୍ଷାର୍ଥୀମାନେ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଓ ପୁରାତନ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସ୍ୱାଗତ ସଂଗୀତ ଗାନରେ ଦେବଦତ୍ତ ଚାନ୍ଦ, ଜୟ ବିଭାର ଓ ଜତୀନ୍ଦ୍ର ନାଏକ ମ୍ୟୁଜିକ ପରିବେଷଣ କରିଥିଲେ। ପ୍ରଥମରୁ ଅଷ୍ଟମ ଯାଏଁ ପ୍ରତି ଶ୍ରେଣୀର ଉତ୍ତମ ଛାତ୍ର, ଷ୍ଟୁଡେଣ୍ଟ ଅଫ ଦି ଇୟର ପୁରସ୍କାର ସବୁ ଅତିଥି ବୃନ୍ଦ ପ୍ରଦାନ କରିଥିଲେ।

ଅନ୍ତିମ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଥିଲା। ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗଦାନ କରି ଉଚ୍ଚ ପ୍ରସଂଶିତ ହୋଇଥିବା ମାଣ୍ଡେଲ ଜଗନ୍ନାଥ ହାଇସ୍କୁଲର ଛାତ୍ର ଅତିଥି କଳାକାର ଭାବରେ ଯୋଗଦାନ କରି ନୃତ୍ୟ ପରିବେଷଣ କରିଥିବା ବେଳେ ଦଳଗତ ନୃତ୍ୟ ଓ ଛାତ୍ରଛାତ୍ରୀଙ୍କ ଦ୍ୱରା ପରିବେଶିତ ଭଜନ ସଂଧ୍ୟା ମେଲୋଡି କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.