ଡାକକୋଟା ଠାରେ ବାଲିପଟା ଯାତ୍ରା ମହୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକରେ ଆଦିବାସୀଙ୍କ ମହାନ ପର୍ବ “ଟୋକିମରା” ପର୍ବ ବା ପୌଷ ପର୍ବ ହର୍ଷୋଲ୍ଲାସର ସହିତ ପାଳନ ହେଉଥିବା ବେଳେ ପାରମ୍ପରିକ ରୀତିନୀତି ଅନୁଯାୟୀ ପର୍ଯ୍ୟାୟ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଯେଉଁଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସାମିଲ ହୋଇଥାନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଦିବାସୀଙ୍କ ଏହି ପାରମ୍ପରିକ ପର୍ବ ପର୍ଯ୍ୟାୟ କ୍ରମେ ପାଳନ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରବିବାର ଟୋକିମରା ପର୍ବ ଅନୁଷ୍ଠିତ ହୋଇଯାଇଥିବା ବେଳେ ମଙ୍ଗଳବାର ବ୍ଲକର ଡାକକୋଟା, କୁମାରକାନୀ, କିଆପଦର ଏବଂ ସାଇସୁରୁନି ଠାରେ ବାଲି ପଟା ବା ଧାଙ୍ଗିଡି ଦୁଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଖପାଖ ଅଞ୍ଚଳର ଶହଶହ ଲୋକଙ୍କ ସମାଗମ ହୋଇଥିଲା। ଏହି ଅବସରରେ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି।

Udyog Nursery
Udyogi Nursery

ଡାକକୋଟା ଗ୍ରାମର ଭାରତ ଯାତ୍ରା ପଡିଆରେ ସ୍ଥାନୀୟ ବିବେକାନନ୍ଦ ଯୁବକ ସଂଘ ଦ୍ବାରା ଏକ ସ୍ଥାନୀୟ ଛୋଟବଡ କଳାକାର ମାନଙ୍କୁ ନେଇ ଏକ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିବେକାନନ୍ଦ ଯୁବକ ସଂଘର ବିଶିଷ୍ଟ କର୍ମକର୍ତ୍ତା ଦିବାକର ନାଏକଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆପ୍ ର ଜିଲ୍ଲା ସଭାପତି ବିଘ୍ନରାଜ ପଣ୍ଡା, ଗଣେଶ ବାଗ, ପ୍ରଦୀପ ନାଏକ, ଭୋଦେବ ବେହେରା, ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ବିଜେଡି ଯୁବ ନେତା ସୁଶୀଲ କୁମାର ଶବର, ବ୍ଲକ ବିଜେଡି ସଭାପତି କପିଳାସ ନାଏକ, ବରିଷ୍ଠ ବିଜେଡି ନେତା ମାଣିକ୍ୟ ଚନ୍ଦ୍ର ନାଏକ, ବ୍ଲକ ଆଦିବାସୀ ସଂଘ ସଭାପତି ସନାତନ ମାଝୀ, କପିଳାସ ନାଏକ, ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଲୋକନାଥ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅତିଥି ଭାବେ ଆମନ୍ତ୍ରିତ କରାଯାଇଥିଲା।

ନୃତ୍ୟ ପ୍ରତିଯୋଗିତାରେ ଖଣ୍ଡୁଆଳ ବୁଡାରଜା ଡ୍ୟାନ୍ସ ଗୃପ୍ ପାଡେଲଗୁଡା (ପ୍ରଥମ), ପୁଜା ଡ୍ୟାନ୍ସ ଗୃପ୍ ଡାକକୋଟା (ଦ୍ୱିତୀୟ) ଏବଂ ଥୁଆମୂଳ ରାମପୁରର କ୍ଷେତ୍ରମଣି ପାତ୍ର ତୃତୀୟ ସ୍ଥାନରେ ରହି ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ଅନୁଷ୍ଠାନର ଅନ୍ୟତମ ସଦସ୍ୟ ତଥା ସାମ୍ବାଦିକ ବୀରବଜ୍ରଙ୍ଗ ଚାରୁ ମଜୁମଦାର ନାଏକ (ଲାଲଜୋର) ମଞ୍ଚ ପରିଚାଳନା କରିଥିବା ବେଳେ ଭଗବାନ ଗଉଡ, ଅଶିଶ କୁମାର ମଝୀ ପ୍ରମୁଖଙ୍କ ସମେତ ଯୁବକ ସଂଘର ଅନେକ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.